ସ୍କୁଟିରୁ ପଡି ଦୁଇ ଶିକ୍ଷୟତ୍ରୀ ଆହତ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ନନ୍ଦିପଦାହାଟ ହାଇସ୍କୁଲରେ ଚାଲିଥିବା ପ୍ରଶିକ୍ଷଣ ଶିବିରକୁ ଆସୁଥିବାବେଳେ ସ୍କୁଟିରୁ ପଡିଯାଇ ଦୁଇଜଣ ଶିକ୍ଷୟତ୍ରୀ ଆହତ ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ବାରିଗାଁ ୟୁଜିଏମଇ ସ୍କୁଲର ଶିକ୍ଷୟତ୍ରୀ ମିନତୀ ଦେହୁରୀ ଓ ମୁଣ୍ଡକାଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ମଞ୍ଜୁଲତା ମାଝୀ ନନ୍ଦିପଦା ହାଇସ୍କୁଲରେ ଚାଲିଥିବା ଜୋଲି ଫୋନିକ୍ସ ଶିବିରକୁ ଯୋଗଦେବାକୁ ସ୍କୁଟିରେ ଆସୁଥିବା ସମୟରେ ଜମ୍ଭୀରା ନିକଟରେ ରାସ୍ତାରେ ପଡିଥିବା ମାଟିରେ ତାଙ୍କ ସ୍କୁଟିର ଚକ ଖସଡି ଯାଇଥିଲା । ଫଳରେ ଉଭୟ ରାସ୍ତା ତଳକୁ ସ୍କୁଟି ସହ ପଡିଯାିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବାବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।


