ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ୍ ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ବିଭିନ୍ନ ଦାବି ନେଇ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନେ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ପେନସନ୍ ସହ ଅନ୍ୟାନ୍ୟ ତଜ୍ଜନିତ ଆର୍ଥିକ ବ୍ଯବସ୍ଥା କରିବା ଦାବୀ ନେଇ ଗଂଜାମ ଜିଲ୍ଲା ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ସମୂହର ଶିକ୍ଷକ ଓ କର୍ମଚାରୀ ମାନେ ସଭାପତି ତାରିଣୀ ଚରଣ ପଣ୍ଡାଙ୍କ ସଭାପତିତ୍ବରେ ପରିଚାଳିତ ଧାରଣା କାର୍ଯ୍ୟକ୍ରମରେ ସଂପାଦକ ବିଜୟ କୁମାର ମହାରଣା ବିବରଣୀ ପ୍ରଦାନ କରିଥିଲେ ।ଏଇ କାର୍ଯ୍ୟକ୍ରମରେ ଓଷ୍ଟା ଗଂଜାମ ର ପୂର୍ବତନ ସଂପାଦକ କାମରାଜୁ ମହାରଣା, ବ୍ଳକ ଗ୍ରାଣ୍ଟ ସଂଘର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ପତି ଯୋଗଦେଇ ଦାବି ପ୍ରତି ସମର୍ଥନ ଜଣାଇ ଥିଲେ ଏବଂ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ଜେନା,ଓଷ୍ଟାର ପୂର୍ବତନ କାର୍ଯ୍ୟକାରୀ କମିଟି ସଭ୍ଯ ଅଶୋକ କୁମାର ଦଳାଇ ,ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ପରାମର୍ଶ ଦେଇଥିଲେ ।ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।ବ୍ରହ୍ମପୁର ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମଧ୍ୟ ଦାବୀ ପତ୍ର ପ୍ରଦାନ କରାଯାଉଥିବା କଥା ସଂପାଦକ ବିଜୟ କୁମାର ମହାରଣା ପ୍ରକାଶ କରିଥିଲେ ।ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ଶିକ୍ଷକ ଓ କର୍ମଚାରୀ ଏଇ ଧାରଣା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।