ସପ୍ତାହରେ ୩ଥର ମିଛ କୁହନ୍ତି ଦମ୍ପତି
ଦୁଇ ଜଣଙ୍କ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ମିଛ କହିବା ଦ୍ୱାରା ଭାଙ୍ଗିଯାଏ ବୋଲି ଆମେ ଜାଣୁ । ଏ ନେଇ ଉଦାହରଣ ମଧ୍ୟ ରହିଛି । ତେବେ ସମ୍ପର୍କକୁ ଦୃଢ଼ କରିବା ପାଇଁ ମିଛି କହିବାରେ ଅସୁବିଧା ନାହିଁ ବୋଲି ଗବେଷଣ ମତ ଦିଅନ୍ତି । ସାଧାରଣତଃ ଦମ୍ପତିମାନେ ଉଭୟ ଉଭୟଙ୍କୁ ସପ୍ତାହରେ ଅନ୍ତତଃ ୩ ଥର ମିଛ କୁହନ୍ତି । କିନ୍ତୁ ଏହା ସେମାନଙ୍କ ସମ୍ପର୍କ ଉପରେ କୌଣସି କୁପ୍ରଭାବ ପକାଇ ନ ଥାଏ । ୧୮ ରୁ ୨୭ ବର୍ଷୀୟ ୫୭ ଜଣଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ନିଜ ସାଥୀଙ୍କ ବିଷୟରେ ସେମାନେ କଣ ଅନୁଭବ କରୁଛନ୍ତି ତାହା ପ୍ରତିଦିନ ଲେଖିବା ପାଇଁ କୁହାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ସପ୍ତାହରେ ସେମାନେ ହାରାହାରି ୩ ଥର ମିଛ କହିଥାଆନ୍ତି । ସର୍ବେକ୍ଷଣର ମୁଖ୍ୟ କଲେଜ ଅଫ କମ୍ୟୁନିକେସନର ସହକାରୀ ପ୍ରାଧ୍ୟାପକ ସିନ୍ ହୋରାନ୍ କୁହନ୍ତି, ସାଥୀଙ୍କୁ ଦୁଃଖ ନ ଦେବା ପାଇଁ ଅପର ଜଣଙ୍କ ମିଛର ସାହାରା ନେଇଥିଲେ । ନିଜ ବିଷୟରେ ସାଥୀ ମନରେ ଯେପରି ଦ୍ୱନ୍ଦ୍ବ ନ ରହିବ, ନକାରାତ୍ମକ ଭାବନା ନ ପଡିବ, ସେଥିପାଇଁ ମିଛି କୁହାଯାଇଥିଲା। ପତିପତ୍ନୀ ପରସ୍ପରକୁ ସାମାନ୍ୟ ମିଛି କହିବାରେ କିଛି ଅସୁବିଧା ନାହିଁ ବୋଲି ଗବେଷକ କହନ୍ତି । ତେବେ ମନ୍ଦ ଉଦ୍ଦେଶ୍ୟରେ ଗୁରୁତର ମିଛି କହିଲେ କ୍ଷଣକରେ ସମ୍ପର୍କ ଭାଙ୍ଗିଯିବ ବୋଲି ମଧ୍ୟ ଗବେଷକମାନେ ମତ ଦେଇଛନ୍ତି ।


