ଅନଲାଇନରେ ଦେଇହେବ ଚୁମ୍ବନ
ଏକଦା ସମୟ ଥିଲା ଯେତେବେଳେ ପ୍ରେମିକ ପ୍ରେମିକା ନିଜ ମନକଥାକୁ ପାରା ଜରିଆରେ ପରସ୍ପର ପାଖକୁ ପଠାଉଥିଲେ । ପରେ ବିଜ୍ଞାନର ଅଗ୍ରଗତି ଫଳରେ ଫୋନର ପ୍ରସାର ହେଲା । ଦିନକୁ ଦିନ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଲା । ଏହା ଦ୍ୱାରା କଥାବାର୍ତ୍ତା ହେବା ସହ ମେସେଜ୍ ମଧ୍ୟ ପଠାଯାଇପାରିଲା । ଏହା ପରେ ସୋସିଆଲ ନେଟ୍ଓ୍ୱାର୍କିଂର ସହାୟତାରେ ଅନଲାଇନ୍ ଭିଡ଼ିଓ କଲିଂ ଏବଂ ଚାଟିଂ ମଧ୍ୟ ହୋଇପାରିଲା । ହେଲେ ଏବେ ଆସିଛି ଏକ ନୂତନ ଉପାୟ । ଏହା ସାହାଯ୍ୟରେ ଆପଣ ଆପଣଙ୍କ ପ୍ରିୟଜନଙ୍କୁ ଅନଲାଇନରେ କିସ୍ ଦେଇପାରିବେ । ହୁଏତ ଏହି କଥାଟି ଶୁଣି ଆପଣଙ୍କୁ ବିଶ୍ୱାସ ହେଇନଥିବ କିମ୍ବା ବିଶ୍ୱାସ ହେଉଥିଲେ ଆଶ୍ଚର୍ଯ୍ୟ ଲାଗୁଥିବ! ହେଲେ ଏହା ସମ୍ପୂର୍ଣ୍ଣ ସତ୍ୟ । ବର୍ବେରୀ ଏବଂ ଗୁଗୁଲର ମିଳିତ ସହଯୋଗରେ ଏକ ନୂତନ ସଫ୍ଟଓ୍ୱେୟାର ପ୍ରସ୍ତୁତ ହୋଇଛି । ଏହା ଦ୍ୱାରା ଅନଲାଇନ୍ କିସ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାସହ କୌଣସି ପର୍ସନାଲ ମେସେଜ୍ ମଧ୍ୟ ପଠାଇପାରିବେ । ଯଦି ଭରସା ପାଉନଥିବ ଯେ ଏହା ପ୍ରିୟଜନଙ୍କ ପାଖରେ ପହଞ୍ଚିଛି କି ନାହିଁ, ତେବେ ଗୁଗୁଲ୍ ଆର୍ଥକୁ ଯାଇ “ଷ୍ଟ୍ରିଟ୍ ଭ୍ୟୁ ଟେକନିକ୍’ ସହାୟତାରେ ଜାଣିପାରିବେ ଏହା ମନର ମଣିଷ ପାଖକୁ ଯାଇଛି କି ନାହିଁ !


