ନାରୀଙ୍କ ସୌନ୍ଦର୍ଯ୍ୟ ପୁରୁଷଙ୍କୁ କରିଦିଏ ଲକ୍ଷ୍ୟଭ୍ରଷ୍ଟ

ଏକଥା ତ ସମସ୍ତେ ପଢ଼ିବା ସହିତ ଶୁଣିଛନ୍ତି ଯେ, ପୁରାଣରେ ଋଷି ବିଶ୍ୱାମିତ୍ରଙ୍କ ଧ୍ୟାନ ଭଗ୍ନ କରିବାକୁ ମେନକାଙ୍କ ପରି ଅପସରାକୁ ପଠାଯାଇଥିଲା ଏବଂ ମେନକାଙ୍କ ଚାହାଣୀରେ ବିଶ୍ୱାମିତ୍ରଙ୍କ ପରି ଋଷିଙ୍କ ଧ୍ୟାନ ଭଗ୍ନ ହୋଇଥିଲା । ତେବେ ପୁରୁଣା ବର୍ଣ୍ଣିତ ସେହି କଥା ଆଜିର ଯୁଗରେ ବି ହେଉଛି । କିଛି ବୈଜ୍ଞାନିକ ଦାବି କରିଛନ୍ତି ଯେ ସୁନ୍ଦର ଏବଂ ଆକର୍ଷଣୀୟ ମହିଳାଙ୍କୁ ଗୋଟିଏ ଥର ଦେଖିଲେ ପୁରୁଷଙ୍କ ଧ୍ୟାନ ଭାଙ୍ଗିଯାଏ ଏବଂ ନିଷ୍ପତ୍ତି ନେବାର ସେମାନଙ୍କ କ୍ଷମତା ବି ଏହାଦ୍ୱାରା ଛିନ୍ନ ଭିନ୍ନ ହୋଇଯାଏ । ଏହା ପ୍ରେସିଡିଙ୍ଗସ୍ ଅଫ୍ ଦ ରୟାଲ ସୋସାଇଟି ଦ୍ୱାରା କରାଯାଇଥିବା ସର୍ଭେରେ ଜଣାପଡିଛି ଆକର୍ଷଣୀୟ ମହିଳାଙ୍କୁ ଦେଖିବା କ୍ଷଣି ପୁରୁଷଙ୍କ ଯୌନ ସମ୍ବନ୍ଧୀୟ ବିଚାର ଜାଗୃତ ହୋଇଥାଏ । ଯାହାଦ୍ୱାରା ସେମାନଙ୍କ ଧ୍ୟାନ ଏମିତି ଭାଙ୍ଗିଯାଏ ଯେ, ଯେ କୌଣସି ନିଷ୍ପତ୍ତି ନେବା କ୍ଷମତା ରହିନଥାଏ । ଏହି ସର୍ଭେ ପାଇଁ ସେମାନେ ପୁରୁଷମାନଙ୍କୁ ଆକର୍ଷଣୀୟ ମହିଳାମାନଙ୍କ ଫଟୋ ଏବଂ ପ୍ରାକୃତିକ ଦୃଶ୍ୟ ଥିବା ଫଟୋ ଦେଖାଇଥିଲେ । ସର୍ଭେରେ ଭାଗ ନେଇଥିବା ୧୮ରୁ ୨୮ ବର୍ଷ ବୟସର ଏହି ଯୁବକମାନେ ଫଟୋ ଦେଖିବା ପରେ ଏକ ପ୍ରଶ୍ନର ସମାଧାନ କରିବାକୁ କୁହାଯାଇଥିଲା । ଏହି ଫଟୋ ମଧ୍ୟରୁ ଯେଉଁମାନେ ପ୍ରାକୃତିକ ଦୃଶ୍ୟ ଥିବା ଫଟୋର ଗୋଟିଏ ଥର ଦେଖିଥିଲେ ସେମାନଙ୍କୁ ପ୍ରଶ୍ନର ସମାଧାନ କରିବାକୁ ବେଶି ସମୟ ଲାଗିନଥିଲା । ତେବେ ମହିଳାଙ୍କ ଫଟୋ ଦେଖିଥିବା ଯୁବକ ଏହାକୁ କିପରି ସମାଧାନ କରିବେ ସେଥିନେଇ ବହୁ ସମୟ ଚିନ୍ତା କରିଥିଲେ । ଏହାପରେ ଏମାନଙ୍କୁ ଅର୍ଥ ଦେବାନେବା ସମ୍ପର୍କିତ ଖେଳ ଖେଳାଯାଇଥିଲା । ଏଥିରେ ବି ସମାନ ସ୍ଥିତି ଥିଲା । ଯେଉଁମାନେ ଆକର୍ଷଣୀୟ ମହିଳାଙ୍କ ଫଟୋ ଦେଖିନଥିଲେ ସେମାନେ ଏହି ଖେଳରେ ସହଜରେ ଅର୍ଥ ରୋଜଗାର କରିଥିଲେ । ଏ ସମ୍ପର୍କରେ ବୈଜ୍ଞାନିକଙ୍କ କହିବା କଥା, କିଛି ପୁରୁଷ ଆକର୍ଷଣୀୟ ମହିଳାଙ୍କ ପ୍ରତି ବହୁତ ସମ୍ବେଦନଶୀଳ ହୋଇଥାଆନ୍ତି ଏବଂ ଏପରି ସେମାନଙ୍କଠାରେ ଯୌନ ହରମୋନ ଯୋଗୁଁ ହୋଇଥାଏ । ମହିଳାଙ୍କୁ ଦେଖିବା ଦ୍ୱାରା ସେମାନଙ୍କ ଯୌନଭାବନା ଜାଗ୍ରତ ହୁଏ ଓ ଏହା ହିଁ ଧ୍ୟାନ ଭଗ୍ନ କରିବାକୁ ଯଥେଷ୍ଟ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ