ବିସ୍କୁଟ ଭାବନା କରି ମୂଷାମରା ବିଷାକ୍ତ ବିସ୍କୁଟ ଖାଇଦେଲେ ଛାତ୍ର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଜଣେ ଛାତ୍ର ଇ.ରାହୁଲ ଦୋରା ରବିବାର ସନ୍ଧ୍ୟାରେ ଚକଲେଟ ଭାବି ମୂଷାମରା ବିଷାକ୍ତ ବିସ୍କୁଟ ଖାଇଦେଇଥିଲେ। ପରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ହେବା ପରେ ସେ ସୁସ୍ଥ ଥିବା ଜଣାପଡିଛି। ମୂଷା ମାରିବା ପାଇଁ ଘରେ  ପଡ଼ିଥିବା ଏକ ମୂଷାମରା ବିସ୍କୁଟ  କୁ ରାହୁଲ   ଖାଇଦେଇଥିଲେ।ଏହାପରେ ଟିୟୁସନ କୁ  ଯାଇ ସେଠାରେ ବାରମ୍ବାର ବାନ୍ତି କରିଥିଲେ। ଟିୟୁସନ ଶିକ୍ଷକ ତାଙ୍କୁ ସମୁଦାୟ ଘଟଣା ପଚାରିବା ପରେ ସେ ଘରେ ପଡ଼ିଥିବା ଏକ ବିସ୍କୁଟ  ଖାଇ ଥିବା କହିଥିଲେ।ପରେ ଟ୍ୟୁସନ ଶିକ୍ଷକ  ଛାତ୍ର ଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘରେ ମୂଷା ମରା ବିସ୍କୁଟ ସେ ଖାଇ ଦେଇଥିବା  ଜଣାପଡିଥିଲା।   ପରିବାର ଲୋକେ ରାହୁଲ ଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଆଶୁ ଚିକିତ୍ସା କରାଯିବା ପରେ ଅବସ୍ଥାରେ ସୁଧାର ଆସିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ