ବିରଳ ମୃତ୍ତିକା ଚୋରା ଚାଲାଣ ବେଳେ ବିରଳ ମୃତ୍ତିକା ବୋଝେଇ ଟ୍ରକ୍ ଜବତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଛତ୍ରପୁର ସ୍ଥିତ ଭାରତୀୟ ବିରଳ ମୃତ୍ତିକା ଲିମିଟେଡ୍ ରୁ ମୂଲ୍ୟବାନ ଇଲୀମିନାଇଟ୍ ବାଲି ଚୋରାଚାଲାଣ ବେଳେ ବାଲି ବୋଝେଇ OD07H2999 ନମ୍ବର୍ ବିଶିଷ୍ଟ ଏକ ବାର ଚକିଆ ଟ୍ରକ୍ କୁ ଜବତ କରି ଏହାର ଡ୍ରାଇଭର୍ କୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ସୂଚନା ପ୍ରକାରେ ଟ୍ରକ୍ ଟିରେ ଅଠର ଟନ୍ ଦୁଇଶହ କିଲୋଗ୍ରାମ୍ ମୂଲ୍ୟବାନ୍ ବାଲି ଛତ୍ରପୁରର ଭାରତୀୟ ବିରଳ ମୃତ୍ତିକା ଲିମିଟେଡ୍ ରୁ ଭାୟା ବ୍ରହ୍ମପୁର-ଆନ୍ଧ୍ରପ୍ରଦେଶ ଦେଇ ତାମିଲନାଡ଼ୁର ଏକ ବନ୍ଦରକୁ ଯିବାର ଥିଲା I କିନ୍ତୁ ଅଧିକ ଲାଭ ଆଶାରେ ବିକ୍ରୟ ପାଇଁ ଛତିଶଗଡ ରାୟପୁର୍ ଅଭିମୁଖେ ଟ୍ରକ୍ ଯିବା ସମୟରେ ଏହାକୁ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରିବା ସମୟରେ ବିଞ୍ଚଣା ଛକରେ ସନ୍ଦେହରେ ଅଟକ ରଖିବା ସହ ତଦନ୍ତ କରି ଏହା ଚୋରାଚାଲାଣ ହେଉଥିବା ଜାଣିପାରିଥିଲା I ଏହାପରେ ଗାଡ଼ିକୁ ଜବତ କରି ଥାନାରେ କେଶ୍ ନମ୍ବର୍ ୫୪୭/୨୩ରେ ଏକ ମାମଲା ରୁଜୁ କରାଯିବା ସହିତ ଡ୍ରାଇଭରକୁ ଗିରଫ କରାଯାଇ ଆସିକା କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ଡ୍ରାଇଭରର ନାମ ଅବନୀଶ୍ ଯାଦବ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶର ରୀଜୋର୍ ଥାନା ଅଞ୍ଚଳର ବୋଲି ଜଣାପଡିଛି I ସେହିପରି ଗାଡ଼ି ମାଲିକ ବ୍ରହ୍ମପୁରର ଅନୁରାଗ ମିଶ୍ରାଙ୍କ ନାମରେ ମଧ୍ୟ ମାମଲା ଦାୟର ହୋଇଥିବା ବେଳେ ତାକୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ