ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା କୁମାରୀ ଦେବୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା,ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ,ସିଆରସିସି ରମେଶ କୁମାର ପାଣିଗ୍ରାହୀ,ପରିଚାଳନା କମିଟି ସଭାପତି ରଞ୍ଜିତ୍ କୁମାର ସାମଲ୍, କାଉନସିଲର୍ ଦିବ୍ୟରଞ୍ଜନ ଦାଶ,ଭାସ୍କର ପାତ୍ର, ପ୍ରିୟମ୍ୱଦା ସାମଲ୍,ଲିଜା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ I ଏହି ଅବସରରେ ବିଦ୍ୟାଳୟର ଅଧ୍ୟୟନରତ 322 ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁମତି ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ଦାସ, ସ୍ଵପ୍ନା ଖଡଗରାୟ,ସଙ୍ଗୀତା ମହାନ୍ତି, ଇତିଶ୍ରୀ ମହାପାତ୍ର,ଅନୁସୂୟା ଦାସ,ଜ୍ୟୋତ୍ସ୍ନା ସେଠୀ ପ୍ରମୁଖ ସହଯୋଗ କରିଥିଲେ I


