ଦେଶୀ ଚୋରା ମଦ ଜବତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରlବଳି ଗ୍ରାମ ନିକଟ ଜଙ୍ଗଲରେ ଚୋରାରେ ଏକ ଦେଶୀ ମଦ ଭାଟି ଚାଲିଥିବା ପୋଲିସ୍ କୁ ଖବର ମିଳିଥିଲା l ଗାଙ୍ଗପୁର ଥାନା ଅଧିକାରୀ ସୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଦେଶୀ ରନ୍ଧା ଭାଟି ଉପରେ ଚଢ଼ାଉ କରି ୫୦୦ ଲିଟର ପୋଚ ନଷ୍ଟ କରିବା ସହ ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରି ବାଲିସିରା ମେଇନରୋଡ଼ ର ସରୋଜ ନାୟକଙ୍କୁ ଗିରଫ କରି ୫୫୮/୨୩ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ସରୋଜ କୁ ଆସ୍କା କୋଟ କୁ ଚାଲାଣ କରାଯାଇଥିବା ଘଟଣାର ତଦନ୍ତ କରି ଅଧିକାରୀ ଏସ ଆଇ ସୁବ୍ରଜିତ ସାମନ୍ତରାୟ ଜଣାଇଛନ୍ତି । ଏହି ଚଢ଼ାଉରେ ଏସ ଆଇ ଆରତତ୍ରାଣ ଡାନି, ଓ ଏ ପି ଏଫ ସୁକାନ୍ତ ଶବର, କନେଷ୍ଟବଲ ହେମନ୍ତ ଦାସ ଓ କୁମୁଦ ଗୌଡ଼ ଚଢ଼ାଉରେ ଭାଗ ନେଇଥିଲେ ।


