ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ସନ୍ତୋଷ କୁମାର ପ୍ରଧାନ(ମଣ୍ଟୁ) ନିର୍ବାଚିତ ହୋଇଛନ୍ତି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗତ କିଛି ମାସ ତଳେ ସାରା ରାଜ୍ୟରେ ହୋଇଥିବା ଯୁବ କଂଗ୍ରେସ ନିର୍ବାଚନ ର ଫଳାଫଳ ପ୍ରକାଶ ପାଇଛି.ନୂଆ କରି ହୋଇଥିବା ଅନଲାଇନ ଦ୍ୱାରା ମତଦାନରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ନେତା ସନ୍ତୋଷ କୁମାର ପ୍ରଧାନ (ମଣ୍ଟୁ ) ତାଙ୍କ ପ୍ରତିଦ୍ବନ୍ଦୀ ଜଗନ୍ନାଥପ୍ରସାଦ ର ଯୁବ ନେତା ରଜନୀକାନ୍ତ ବିଶ୍ୱାଳ ଙ୍କୁ ପରାସ୍ତ କରିଛନ୍ତି.ସନ୍ତୋଷ ୪୯୬ ଖଣ୍ଡ ଭୋଟ ପାଇ ନିର୍ବାଚନ ହୋଇଥିବା ବେଳେ ରଜନୀ ୨୯୪ ଖଣ୍ଡ ଭୋଟ ପାଇଥିଲେ.ଭୋଟ ଲଢେଇ ତୀବ୍ର ହୋଇଥିଲା. ଭଞ୍ଜନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଯୁବକର୍ମୀ ଓ ସମର୍ଥକ ମାନେ ମତଦାନ କରିଥିଲେ.ଏହି ନିର୍ବାଚନ ରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ୨୦୦୦ ରୁ ଉର୍ଦ୍ଧ ଯୁବକର୍ମୀ ଅଂଶ ଗ୍ରହଣ କରିଥିଲେ.ରାଜ୍ୟ ସରକାରଙ୍କର ବହୁମୁଖୀ ଦୁର୍ନତି ଓ କେନ୍ଦ୍ର ସରକାରଙ୍କର ଜନବିରୋଧୀ ଓ ସାମ୍ପ୍ରଦାୟିକତା ନୀତି ବିରୋଧରେ ଯୁବ କଂଗ୍ରେସ ଲଢେଇ କରିବାର ବିକାଶ ଦର୍ଶାଇଛନ୍ତି.ଏବେ ଆଗାମୀ ଦିନରେ ଭଞ୍ଜନଗର କଂଗ୍ରେସ କେମିତି ତାର ପୂର୍ବଅବସ୍ଥା କୁ ଫେରିବ ତାହା ପାଇଁ ଜୋରଦାର ଲଢେଇ ହେବ ବୋଲି ସେ କହିଛନ୍ତି.ଏହି ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ଭଞ୍ଜନଗର ଯୁବ କଂଗ୍ରେସ କର୍ମୀମାନଙ୍କ ଠାରେ ଖୁସିର ଲହରୀ ଖେଳି ଯାଇଛି.ଏହି ବିଜୟ ପରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ସଂଯୋଜକ ବିସ୍ମୟ ମହାପାତ୍ର, ରାଜ୍ୟ ସମ୍ପାଦକ ସୁକାନ୍ତ କୁମାର ଦିଗାଲ, ପିସିସି ସଭ୍ୟ ଦେବି ବିଶୋଇ, ଜିଲ୍ଲା ସମ୍ପାଦକ ଜବାହାରଲାଲ ସାହୁ ଓ ନାରାୟଣ ସେଠି, ଜଗନ୍ନାଥପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ ଓ ବରିଷ୍ଠ ଆଇନୀଜୀବୀ ସହସ୍ରାଂଶୁ ରାଉତ ,ଶୁଭେଚ୍ଛା ଜଣେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ