ତିନି ଜୋନ୍ ରେ ବିଜେଡ଼ିର ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ତିନି ଜୋନ୍ ରେ ବିଜେଡ଼ିର ବୈଠକ ଅନୁଷ୍ଠିତ ହୋଇଯାଇଛି I ବଡ଼ ବୋର୍ସିଂ ସରପଞ୍ଚ ତଥା ବ୍ଳକ୍ ବିଜେଡ଼ି ସଭାପତି ରାମେଶ୍ଵର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମସ୍ତ ତିନିଟିଯାକ ବୈଠକରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଏବଂ ସମ୍ମାନୀତ ଅତିଥି ରୂପେ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଯୋଗ ଦେଇ ରାଜ୍ୟସରକାରଙ୍କ ପ୍ରତ୍ୟେକ ଜନ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଆଲୋଚନା କରିଥିଲେ I ଆଜି ସକାଳ ଦଶ ଘଣ୍ଟା ତିରିଶି ମିନିଟ୍ ସମୟରେ ୪୮ ନମ୍ବର୍ ଜୋନ୍ ର ମାଆ ବୁଢାକେନ୍ଦୁ ପୀଠରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବ୍ଳକ୍ ର ପ୍ରତ୍ୟେକ ପଂଚାୟତର ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ପ୍ରତ୍ୟେକ ପଂଚାୟତକୁ ରାଜ୍ୟ ସରକାର ପଚାଶ ଲକ୍ଷ ଟଙ୍କାର ଅନୁଦାନ ଦେଇଥିବା ବେଳେ ଜିଲ୍ଲାପରିଷଦ ପାଣ୍ଠି ଏବଂ ବିଧାୟକ ମଧ୍ୟ ପ୍ରତି ପଂଚାୟତକୁ ଅତିରିକ୍ତ ପନ୍ଦର ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର୍ କରିଛନ୍ତି I ଏହି ଅନୁଦାନର କିପରି ସୁବିନିଯୋଗ ହୋଇପାରିବ ଏବଂ ପଂଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ କ୍ଷେତ୍ରରେ କିପରି ଉନ୍ନତି ହୋଇପାରିବ ତାହାର ତଦାରଖ କରିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ I ଯେତେବେଳେ ଯାହାକୁ ଯାହା ଆବଶ୍ୟକ ସେ ମାଗିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସବୁ ଯୋଗାଇଦେଇଥାନ୍ତି ବୋଲି ବିଧାୟକ ଶ୍ରୀ ସ୍ଵାଇଁ ପ୍ରକାଶ କରିଥିଲେ I ନବୀନ ପଟ୍ଟନାୟକଙ୍କ ସମୟରେ ହିଁ ସମସ୍ତ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିଥିବା ଯୋଗୁଁ ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ କରିବା ପାଇଁ ସେ ଅନୁରୋଧ କରିଥିଲେ I ଆସିକା ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ବ୍ଳକ୍ ବିଜେଡ଼ି ସଭାପତି ରାମେଶ୍ଵର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଜୟରାମ ନାୟକ,ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ ତଥା ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ଜେନା, ରାଜେନ୍ଦ୍ର ଗୌଡ଼, ସୀମାଞ୍ଚଳ ବିଷୋୟୀ, ପୂର୍ବତନ ସମିତିସଭ୍ୟ ପ୍ରଭାତ କୁମାର ସ୍ଵାଇଁ, ତୁଷାର ବିଷୋୟୀ,ଜିଲ୍ଲାପରିଷଦ ପ୍ରାର୍ଥୀ ପଞ୍ଚାନନ ନାୟକଙ୍କ ସମେତ ଗାଙ୍ଗପୁର,ପାଇଲିପଡ଼ା,ଖଇରପୁଟି,କ୍ଷତ୍ରିୟବରପୁର,ଶାସନ ଏବଂ ବଙ୍କା ପଂଚାୟତର ଚାରି ଶହରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଯୋଗଦେଇଥିଲେ I ସେହିପରି ଦିନ ବାର ଘଣ୍ଟା ସମୟରେ ୪୭ ନମ୍ବର୍ ଜୋନ୍ ନେଟଙ୍ଗା ପଂଚାୟତର ଗୋବିନ୍ଦପୁର ଠାରେ ଅନୁଷ୍ଠିତ ବୈଠକରେ ବିଧାୟକ, ବ୍ଳକ୍ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷା ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ସମିତିସଭ୍ୟ ବିଭୂପାଦ ଜେନା,ସମିତିସଭ୍ୟା ମମତା ଭୋଳ, ମମତା ମହାନ୍ତି, ସରପଞ୍ଚ ଦୁର୍ଗାମାଧବ ନାୟକ,ସୁପ୍ରଭା ଗୌଡ଼, ୪୭ ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଶରତ୍ ସ୍ୱାଇଁ, ପୂର୍ବତନ ସମିତି ଅଧ୍ୟକ୍ଷ ପ୍ରତିନିଧି କୁଞ୍ଜବିହାରୀ ମହାନ୍ତି,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନିକୁଞ୍ଜ ଖଣ୍ଡୁଆଳଙ୍କ ସମେତ ଗୋବରା, ବଡ଼ବୋର୍ସିଂ,ନେଟଙ୍ଗା,ବଡ଼ପଡ଼ା, ବେଣୀପଲ୍ଲୀ ଓ ଇଙ୍ଗିନାଠି ପଂଚାୟତର ନିର୍ବାଚିତ ପ୍ରତିନିଧି, କର୍ମକର୍ତ୍ତା ଏବଂ ୭୦୦ ରୁ ଊର୍ଦ୍ଧ୍ୱ ଦଳୀୟ କର୍ମୀ ଯୋଗଦେଇଥିଲେ I ଏହି ଅବସରରେ ବିଜେଡ଼ିର ହାତ ମୁଠାକୁ ଅଧିକ ଟାଣ କରିବା ପାଇଁ ବିଧାୟକ ଶ୍ରୀ ସ୍ଵାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ I ଅପରାହ୍ଣ ଦୁଇ ଘଣ୍ଟା ତିରିଶ୍ ମିନିଟ୍ ସମୟରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ସମେତ ସମସ୍ତ ଅତିଥି ୪୯ ନମ୍ବର୍ ଜୋନ୍ ର ମଙ୍ଗଳପୁର ଶିବ ମନ୍ଦିର ଠାରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ I ଏଠାରେ ବହୁଦିନରୁ ଦାବି ହୋଇ ଆସୁଥିବା ମହାସିଂପଲ୍ଲୀ – ମଙ୍ଗଳପୁର ଚାରି କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ତିନି କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ବିଧାୟକ ଶ୍ରୀ ସ୍ଵାଇଁ ଏହାର ଶୁଭ ଦେଇଥିଲେ I ଏଠାରେ କାର୍ଯ୍ୟର ଠିକାଦାର ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ସୁଯ୍ୟକାନ୍ତ ପଣ୍ଡା ଉପସ୍ଥିତ ଥିବା ବେଳେ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ସୁଶାନ୍ତ ମହାପାତ୍ର ଏବଂ ଶ୍ରୀ ପି ସ୍ୱାଇଁ ଉପସ୍ଥିତ ଥିଲେ I ଅନ୍ୟମାନଙ୍କ ମଧ୍ୟରେ ୪୯ନମ୍ବର୍ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ଅଯୋଧ୍ୟା ବେହେରା, ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ୍, ଜ୍ୟୋତି ନାୟକ, ସେବା ସମବାୟ ସମିତି ସଭାପତି ରାଜକିଶୋର ବିଷୋୟୀ,ଯୁବ ବିଜେଡ଼ି ନେତା ଉମା ନାୟକ, ୪୭ ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ଘୂ.ନୂଆଁଗାଆଁ,ତନରଡା,ମଙ୍ଗଳପୁର,ଆମ୍ବପୁଆ, ଧୂମୂଛାଇ ଏବଂ ଉଢୁରା ପଂଚାୟତର ନିର୍ବାଚିତ ପ୍ରତିନିଧି, କର୍ମକର୍ତ୍ତା ଏବଂ ୫୦୦ ରୁ ଊର୍ଦ୍ଧ୍ୱ ଦଳୀୟ କର୍ମୀ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ