ବିଭିନ୍ନ ସ୍ଥାନରେ ଲାଗିଲା ୧୬୦୦ ରୁ ଉର୍ଦ୍ଧ୍ବ ଚାରା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କାରଗିଲ୍ ବିଜୟ ଦିବସ ଅବସରରେ ବେଲଗୁଣ୍ଠାର ବିଭିନ୍ନ ବିଦ୍ୟାଳୟ, ସଙ୍ଗଠନ ଓ ସଂସ୍ଥା ତରଫରୁ ବ୍ଳକର ବିଭିନ୍ନ ସ୍ଥାନରେ ସବୁଜ ସଂକଳ୍ପ ଅଭିଯାନ ହୋଇ ୧୬୪୦ ଚାରା ଲାଗିଥିବା ସୂଚନା ମିଳିଛି । ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ପରାମର୍ଶକ୍ରମେ ବେଲଗୁଣ୍ଠା ବିଡ଼ିଓ ରୋଷନ ଶତପଥୀଙ୍କ ସହଯୋଗରେ ବିଭିନ୍ନ ବିଦ୍ୟାଳୟରେ ଏହି ପରିବେଶମୁଖୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ଏ ନେଇ ବେଲଗୁଣ୍ଠାର ସମସ୍ତ ବିଦ୍ୟାଳୟ ଗୁଡ଼ିକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା । ଫଳରେ ଗତ କାଲି କାରଗିଲ୍ ବିଜୟ ଦିବସ ଅବସରରେ ବେଲଗୁଣ୍ଠା ବ୍ଳକର ପ୍ରାୟ ୧୦୬ ଟି ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି ।ଏଥି ସହିତ ବିଭିନ୍ନ ମହିଳା ସଙ୍ଗଠନ,ଯୁବ ଗୋଷ୍ଠୀ ଓ ବେସରକାରୀ ବିଦ୍ୟାଳୟ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଫଳରେ ଗୋଟିଏ ଦିନରେ ବର୍ଷା ସତ୍ତ୍ୱେ ମଧ୍ୟ ଉତ୍ସାହ ଜନକ ଭାବେ ୧୬୪୦ ଗଛ ଲାଗିଥିବା ଜଣାପଡିଛି । ବ୍ଳକ ପ୍ରଶାସନର ଏ ପରି ଏକ ଅଭିଯାନ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ଅଞ୍ଚଳର ପରିବେଶବିତ୍ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଆଗକୁ ଏ‌ଇ କାର୍ଯ୍ୟକ୍ରମ ଜରିଆରେ ସମ୍ପୁର୍ଣ୍ଣ ବେଲଗୁଣ୍ଠା ବ୍ଳକ ସବୁଜମୟ ହୋଇଉଠିବ ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ଫୋନ୍ ଜରିଆରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ