ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଜେଆରସି ଷ୍ଟେଟ ରିସୋର୍ସ କୋଡିନେଟର ତଥା ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷକ ଅରୁଣ କୁମାର ବାରିକଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶ୍ରୀ ବାରିକଙ୍କ ସଂଯୋଜନାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସେକ ଜଲାଲଉଦ୍ଦିନ, ମୁଖ୍ୟ ବକ୍ତା ଭାବେ ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ୟ ରଞ୍ଜନ ଦାସ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଜାହାରୁଦ୍ଦିନ ସାହାଜୀ, ହେମନ୍ତ କୁମାର ପରିଡା, ରମାକାନ୍ତ ଜେନା, ପ୍ରଫୁଲ୍ଲ ଜେନା, ଜଗନ୍ନାଥ ଦ୍ବିବେଦୀ, ସେକ ସାବୀର, ସେକ ରିହାଜ ଅଲ୍ଲୀ, କର୍ମଚାରୀ ଶରତ ସାହୁ, ବୁଦ୍ଧିରାମ ସାହୁ, ନେଜାମୁଦ୍ଦିନ ଖାଁ ସହଯୋଗ କରିଥିଲେ।


