ସହିଦ ସପ୍ତାହ ପାଳନ ପାଇଁ ଲାଲବାହିନୀ ଆହ୍ୱାନ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କିଛି ଦିନର ନିରବତା ପରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ। ପୋଷ୍ଟର ଲଗାଇ ନିଜର ସ୍ଥିତି ଜାହିର କରିଥିବା ବେଳେ ପୋଷ୍ଟର ରେ ଛତିଶଗଡ ମାଓ ସଂଗଠନ କୁ ବିରୋଧ କରାଯାଇଛି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡା ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଭବାନୀପାଟଣା ରୁ ଥୁଆମୁଳ ରାମପୁର କୁ ସଂଯୋଗ କରୁଥିବା ରାସ୍ତା ର ଶଗଡା ପଞ୍ଚାୟତ ସମ୍ମୁଖ ଗଛ ସମେତ ଗାଁର ସମସ୍ତ ଦୋକାନ ମାନଙ୍କରେ ଲାଗିଛି ମାଓାଦୀ ଙ୍କ ଧମକ ପୂର୍ଣ୍ଣ ପୋଷ୍ଟର । ଚଳିତ ଜୁଲାଇ ୨୮ ତାରିଖ ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ ପୋଷ୍ଟର ମାଧ୍ୟମରେ ଜନ ସାଧାରଣ ଙ୍କୁ ଆହ୍ୱାନ ଦେଇଛି ଲାଲ ସଂଗଠନ। ସେହିପରି ଛତିଶଗଡ଼ ମାଓ ସଂଗଠନ ଓଡ଼ିଶା କୁ ଆସି ଏଠାକାର ନିରୀହ ଆଦିବାସୀଙ୍କ ଉପରେ ଜୁଲମ କରୁଥିବା ବେଳେ ସେ ମାନଙ୍କୁ ହତ୍ୟା ର ଧମକ ଦେଇ ବିଭିନ୍ନ କର୍ଯ୍ୟାରେ ଲିପ୍ତ କରାଉଥିବା ସହ ଓଡ଼ିଶା କୁ ନିଜ କବଜାକୁ ନେଇ ଯାଇଥିବା ବେଳେ କୋଟଲ ଘାଟି ଗାଁର ରଇ ମାଝୀ ଙ୍କୁ ହତ୍ୟା କରିବା ସହ ଆମପଦର ଗାଁର କୁମୁଟି ମାଝୀ କୁ ମାରପିଟ୍ କରିଛନ୍ତି ଛତିଶଗଡ ମାଓ ମାଓବାଦୀ । ତେଣୁ ଛତିଶଗଡ଼ର ମାଓ ବାଦୀଙ୍କୁ ନିଜ ଗାଁ କୁ ପୁରାଇ ନ ଦେବା ସହ ସେ ମାନଙ୍କୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବା ପାଇଁ ପୋଷ୍ଟର ରେ ଉଲ୍ଲେଖ କରିଛି ମାଓବାଦୀ। ସିପିଆଇ ମାଓବାଦୀ କେକେବିଏନ ପକ୍ଷରୁ ଲଗାଯାଇଥିବା ପୋଷ୍ଟର ରେ ସ୍ଥାନୀୟ ଆଦିବାସୀ ସଂଘ ମଧ୍ୟ ଛତିଶଗଡ଼ମାଓବାଦୀଙ୍କୁ ବିରୋଧ କରୁଥିବାରୁ ଏହି ଅଞ୍ଚଳକୁ ନ ଆସିବାପାଇଁ ଛତିଶଗଡ଼ ମାଓ ସଂଘଠନ କୁ ଚେତାବନୀ ଦିଆଯାଇଛି lଖବର ପାଇ ଘଟଣା ସ୍ଥଳରେ ଭବାନୀପାଟଣା ସଦର ପୋଲିସ ଓ ସିଆରପିଏଫ ଯବାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଘଟଣା ସ୍ଥଳରୁ ମାଓ ପୋଷ୍ଟର, କିଛି ଜିଆଇ ତାର ଜବତ କରି ତଦନ୍ତ କରୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ