କଲେଜ ପ୍ରତିଷ୍ଠା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୁଲାଇ ୩୦ ତାରିଖ ଦିନ ଜାତୀୟ ସେବା ଯୋଜନା ( ଏନ.ଏସ.ଏସ.) ୟୁନିଟ- ୧ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇଙ୍କ ତତ୍ତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ। ଇତିହାସ ବିଭାଗ ଅଧ୍ୟାପିକା ସସ୍ମିତା ସାମନ୍ତରାୟ, ଓ ଆଇଆରପିଏମ ବିଭାଗ ଅଧ୍ୟାପିକା ଚିନ୍ମୟୀ ପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ