ବନ୍ୟପ୍ରାଣୀ ସପ୍ତାହ କାର୍ଯ୍ୟକ୍ରମ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ଫୋରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁନିଗୁଡା ରେଞ୍ଜର କାର୍ଯ୍ୟାଳୟ ତରଫରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗର ଆନୁକୂଲ୍ୟରେ ଉପଖଣ୍ଡ ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମ ହୋଇଯାଇଛି। ମୁନିଗୁଡା ରେଞ୍ଜର ପ୍ରବୀଣ ଦାସଙ୍କ ସଭାପତିତ୍ୱ ଓ ଫୋରେଷ୍ଟର ପ୍ରମୋଦିନୀ ମାଣ୍ଡାଙ୍ଗୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାୟଗଡ଼ା ବନଖଣ୍ଡ ଏସିଏଫସତୀଶ କୁମାର ଧରୁଆ, ସମ୍ମାନିତ ଅତିଥି ଭାବେ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ​ଗୌରାଙ୍ଗ ଚରଣ ରାଉତ, ମୁଖ୍ୟବକ୍ତା ଭାବେ ବନ୍ୟପ୍ରାଣୀ ଗବେଷକ ଆକାଶ ପ୍ରଧାନ, ବନ୍ୟପ୍ରାଣୀ ଗବେଷିକା ଆୟୁଷୀ ବନ୍ଦୋପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମେ ରେଞ୍ଜର ଶ୍ରୀ ଦାସ ଏହି କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ପରେ ଅତିଥିମାନେ ସଂରକ୍ଷିତ ଜଙ୍ଗଲର ସୁରକ୍ଷା,ନୂତନ ଜଙ୍ଗଲ ସୃଷ୍ଟି,ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା କରିବା ଓ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିବା ସହ ଜଙ୍ଗଲରେ ଆପତ୍ତକାଳୀନ ପରିସ୍ଥିତି କିମ୍ବା ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ସମୟରେ କିପରି ବିଷମ ପରିସ୍ଥିତିକୁ ଆୟତକୁ ନେବା ଏବଂ ସୁରକ୍ଷାକୁ ଗୁରୁତ୍ଵଦେଇ ପ୍ରାଣୀ ମାନଙ୍କୁ ଉଦ୍ଧାର ଓ ସୁରକ୍ଷା ଯୋଗାଇ ଦିଆଯାଇ ପାରିବ ତାହାର ନମୁନା ପ୍ରଦର୍ଶନ କରାଯିବା ସହ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ପରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର, ଟ୍ରଫି ଫେଇ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବନ ବିଭାଗର ଫୋରେଷ୍ଟର ମାଝୀ ମହାପାତ୍ର, ବିଶ୍ୱଜିତ ମହାରଣା,ରାକେଶ ପାତ୍ର,ମାନସ ପ୍ରଧାନ,ଲଷ୍ମୀକାନ୍ତ ପାଇଟାଳ,କେ.ଅନିଲ,ସନ୍ତୋଷ କୁମାର ସେଠୀ,ଦୀନବନ୍ଧୁ ଶବର, ଶୁଭସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କେ.ନବୀନ, ସୁଦର୍ଶନ ବିଶ୍ୱାଳ,ଭଗତ ରାଙ୍ଗୁଲି,ସୁରନ୍ତି ଓରାମ,ସୋନାଲି ସ୍ୱାଇଁ, ନମିତା ବିଡିକା,ହରଦିପ ଦାସ ପ୍ରମୁଖଙ୍କ ସମେତ ୱାଇଲଡ଼ କର୍ମଚାରୀ ଓ ଗଜସାଥୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ