ହିଟ୍ ଏଣ୍ଡ ରନ୍ ମାମଲା, ରୋଡ୍ ରୋମିଓ ଗିରଫ
ଵନ୍ତ(ଚାନ୍ଦିନୀ ମହାନ୍ତି): ଗତ ଅଗଷ୍ଟ ୧୯ରେ ବନ୍ତ ଥାନା ଅଧିନ ପଙ୍ଗିରା ଗ୍ରାମର ପ୍ରକାଶ ମୁଦୁଲି ନାମକ ଜଣେ ବ୍ୟକ୍ତି ପଧାନପଡ଼ା-କେନ୍ଦୁଆପଡ଼ା ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଦ୍ରୁତଗତିରେ ଏବଂ ଅସାବଧାନତାବଶତଃ ଏକ ମହିନ୍ଦ୍ରା ଥାର ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ପଳାଇ ଯାଇଥିବା ଥିଵା ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ୨୫୦/୨୬ରେ ମାମଲା ପଞ୍ଜିକୃତ କରି ତଦନ୍ତ ଜାରି ରଖିଥିଲା। ବୁଧବାର ପୋଲିସ ଘଟଣାରେ ଜଡିତ ଗାଡ଼ିକୁ ବନ୍ତ-କେନ୍ଦୁଆପଦା ରୋଡ଼ରେ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ ଏପରି ବେଗପୂର୍ଣ୍ଣ ଏବଂ ଅବହେଳାପୂର୍ଣ୍ଣ ଗାଡି ଚାଳନା ଏବଂ ହିଟ୍ ଏଣ୍ଡ ରନ୍ କାର୍ଯ୍ୟକଳାପ ଏବଂ ରୋଡ୍ ରୋମିଓ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛି।


