ଲଘୁଚାପ ବର୍ଷାରେ ରେବ ଓ କପାଳୀ ନଦୀରେ ବନ୍ୟା ପରିସ୍ଥିତି
ବନ୍ତ, (ଚାନ୍ଦିନୀ ମହାନ୍ତି):ଗତ ୩ ଦିନ ଧରି ଲଘୁଚାଷ ଜନିତ ବର୍ଷା ଯୋଗୁ ବନ୍ତ ବ୍ଳକ ମଧ୍ୟ ଦେଇ ପ୍ରବାହିତ ରେବ ଓ କପାଳୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଗୁଡିକର ରାସ୍ତାଘାଟ ଓ ଚାଷ ଜମି ସବୁ ଜଳମଗ୍ନ ହୋଇଥିବା ଦେଖାଯାଇଛି । ରେବ ନଦୀ କୂଳରେ ଅବସ୍ଥିତ ସେଣ୍ଢତୀରା, ଗୋବିନ୍ଦପୁର, କେନ୍ଦୁଆପଦା, ତୋଡଗାଁ ଏବଂ କପାଳୀ ନଦୀ କୂଳରେ ଅବସ୍ଥିତ ରାମଚନ୍ଦ୍ରପୁର, ବନ୍ତ, ଟିଲୋ, ଛୟାଳସିଂହ, ଗଣିଜାଙ୍ଗ, ରାମକୃଷ୍ଣପୁର ଆଦି ପଞ୍ଚାୟତ ଅଧିନରେ ଥିବା ଗ୍ରାମ ଗୁଡିକର ଲୋକ ମାନେ ଭୟଭୀତ ହୋଇପଡିଛନ୍ତି । ଏହି ଦୁଇ ନଦୀରେ ଏବେ ଜଳସ୍ତର ବଢିବାରେ ଲାଗିଛି । ସେଣ୍ଢତୀରା ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ନିକଟରେ ପ୍ରବାହିତ ରେବ ନଦୀର ପୋଲ ଉପରେ ଏବେ ବନ୍ୟା ଜଳ ୨ ଫୁଟ୍ ଉଚ୍ଚତାରେ ଚାଲିଥିବା ଦେଖାଯାଇଛି । ଏଥିସହ ଉକ୍ତ ଗ୍ରାମ ଚତୁପାଶ୍ୱର୍ରେ ଥିବା ଚାଷ ଜମି ଗୁଡିକ ଜଳମଗ୍ନ ହେବା ସହ ଗ୍ରାମ ମଧ୍ୟକୁ ଯାଇଥିବା ରାସ୍ତା ଗୁଡିକ ଜଳମଗ୍ନ ହୋଇଥିବା ଜଣାଯାଇଛି । ଆଜି ରାତି ମଧ୍ୟରେ ଗ୍ରାମ ମଧ୍ୟକୁ ବନ୍ୟା ଜଳ ପଶି ପାରେ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।