ପୋଲିସର ବଡ଼ ସଫଳତା: କେନ୍ଦୁଝର ଜିଲ୍ଲାରୁ ଫେରାର ବୋହୂ ଉଦ୍ଧାର

ଧାମନଗର (ଓ୍ବାଇଏନଏସ): ଧାମନଗର ପୋଲିସ ପରିବାର ଲୋକଙ୍କୁ କଥା ଦେଇ କଥା ରଖିଲେ ଆଇଆଇସି ଶୁଭ୍ରଜିତ ଦାଶ। ଅଭିଯୋଗ ର ଦିନକ ପରେ ଧାମନଗର ପୋଲିସର ଏକଟିମ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଅଞ୍ଚଳରୁ ଫେରାର  ବୋହୂକୁ ଉଦ୍ଧାର କରି ଏକ ବଡ଼ ସଫଳତା ହାସଲ କରିଛି।ସୂଚନା ଅନୁଯାୟୀ ଚନ୍ଦନାଙ୍କ ଶ୍ୱଶୁର ନିରଞ୍ଜନ ଜେନା ବୋହୂ ନିଖୋଜ ଥିବା ନେଇ ଧାମନଗର ଥାନାରେ ୨୭ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ,ଚନ୍ଦନା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳର ହୋଇଥିବା ବେଳେ ଧାମନଗର ଥାନା ଅନ୍ତର୍ଗତ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ମାଲନାପୁର ଗ୍ରାମର ଶ୍ରୀକାନ୍ତ ଜେନାଙ୍କୁ ବିବାହ କରିଥିଲେ। ତାଙ୍କର ଦେଢ଼ ବର୍ଷର ଏକ ଶିଶୁ ରହିଛି।ତେବେ ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ଚନ୍ଦନାଙ୍କ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଥିଲା। ଏହାପରେ ଉଭୟେ ଶ୍ୱଶୁର ଘରୁ ଫେରାର ହୋଇଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଏକ ବିଶେଷ ସୂତ୍ରରୁ ପୋଲିସକୁ ସୂଚନା ମିଳିବା ପରେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ଥାନା ଏଏସ୍‌ଆଇ ନରେନ୍ଦ୍ର କୁମାର ରାଉତ ସୋମବାର କେନ୍ଦୁଝର ଜିଲ୍ଲାରେ ପହଞ୍ଚି ସ୍ଥାନୀୟ ପୋଲିସ ସହଯୋଗରେ ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଚନ୍ଦନା ଓ ଯୁବକ ଶ୍ରୀକାନ୍ତଙ୍କୁ ଉଦ୍ଧାର କରି ଧାମନଗର ଥାନା ଆଣି ବୋହୂକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ