ପ୍ରବଳ ବର୍ଷାରେ ହାଟଡିହି ଅଞ୍ଚଳ ଉବୁଟୁବୁ
ହାଟଡିହିି, (ବିକାଶ ବିଶ୍ୱାଳ):ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ସମଗ୍ର ହାଟଡିହି ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି । ପ୍ରବଳ ବର୍ଷା ଲାଗି ରହିବାଦ୍ୱାରା ବିଭିନ୍ନ ପାହାଡରୁ ବର୍ଷାଜଳ ଆସି ତଳିଆ ଅଞ୍ଚଳକୁ ଜଳବନ୍ଦି କରିଦେଇଛି । ଏହାଦ୍ୱାରା ଅକରୁଆ, ବଞ୍ଚୋ, ଶାସଙ୍ଗ, ପନ୍ଦାଡୋ, ହାଟଡିହି, ମରୈଗାଁ, ବଡରମ୍ପାସ, ଇଞ୍ଚୋଳ, ଢ଼େଙ୍କା, ହଦଗଡ, ସୋସୋ, ଶାଳଣିଆଁ, ଡଅଁର, ଅଁରା, ବାଲିବରେଇ, ପଢ଼ିଆରିପଲ୍ଲୀ, ଜମ୍ଭୀରା, ସଢ଼ା ଆଦି ପଞ୍ଚାୟତ ଗୁଡିକରେ ଧାନ କିଆରୀ ଗୁଡିକ ବର୍ଷାଜଳରେ ବୁଡିଯାଇ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି । ଏପରିକି ଛେନାପଦି ହଦଗଡ ରାସ୍ତାର ଦୁଆରଶୁଣି ନିକଟରେ ବୈତରଣୀ କେନାଲରେ ପାଣି ଆସି ରାସ୍ତାରେ ୨ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଏଠାରେ ଠିକାଦାର କେନାଲକୁ ଅଧାପନ୍ତରିଆ କରି ପକାଇ ଦେଇଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ସେହିପରି କ୍ଷେତୁଆଳି, ଓରାଳି, କଳିଗାଁ, ତାମ୍ପଳା, ରଘୁନାଥପୁର, ବଞ୍ଚୋ, ଆଦି ଗ୍ରାମ ମାନଙ୍କରେ ଗ୍ରାମ୍ୟ ରାସ୍ତା ଗୁଡିକ ବୁଡି ଯାଇଛି । ଇଞ୍ଚୋଳରେ ରାସ୍ତାଘାଟ ବୁଡି ଯାଇଥିବାବେଳେ ଅନେକ ଲୋକଙ୍କ ଘରେ ମଧ୍ୟ ପାଣି ପସିଯାଇଛି । ଇଞ୍ଚୋଳରେ ରାସ୍ତାଘାଟ ବୁଡି ଯାଇଥିବାବେଳେ ଅନେକ ଲୋକଙ୍କ ଘରେ ମଧ୍ୟ ପାଣି ପସିଯାଇଛି । ବଡରମ୍ପାସ ପଞ୍ଚାୟତର ଟୁକୁଣା ଓ ଷଡଙ୍ଗା ମୁଣ୍ଡାସାହି, ପରମାନନ୍ଦପୁର ଆଦି ଗ୍ରାମ ଗୁଡିକ ପାଣି ଘେରରେ ରହିଛି । ବଡରମ୍ପାସ ଗ୍ରାମର ଅନେକ ଲୋକଙ୍କ ଘରେ ପାଣି ପସିଯାଇଥିବା ଜଣାଯାଇଛି । ଆଜି ବି ଦିନ ତମାମ ବର୍ଷା ଲାଗି ରହିବା ଦ୍ୱାରା ପାଣି ଆହୁରି ବଢ଼ିବାର ଆାଙ୍କା କରାଯାଉଛି । ଆଜି ବି ଦିନ ତମାମ ବର୍ଷା ଲାଗି ରହିବା ଦ୍ୱାରା ପାଣି ଆହୁରି ବଢ଼ିବାର ଆାଙ୍କା କରାଯାଉଛି ।