ସାନଖେମୁଣ୍ଡି ରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରେ ଗୁରୁବାର ଦିନ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ସମିତି ଆନୁକୁଲ୍ୟରେ ଆୟୋଜିତ ଶିବିରରେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ବ୍ଳକ ଗୋଷ୍ଠିଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ବେହେରା, , ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ରନାଥ ମଲାଣ ,ସାନଖେମୁଣ୍ଡି ବ୍ଲକ ସାମାଜିକ ସମୀକ୍ଷକ ମନୋଜ ବିଷୋୟୀ ଏପିଓ ଅରୁଣ କୁମାର ସ୍ବାଇଁ ମଞ୍ଚାସୀନ ରହିଥିଲେ। ବୈଠକ କାର୍ଯ୍ୟକ୍ରମ ଆରମ୍ଭ ରୁ ମୂର୍ତ୍ତୀକା ସଂରକ୍ଷଣ ବିଭାଗ ର କାର୍ଯ୍ୟ କାରିତାକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।ବିଭାଗ ଅଫିସ କେଉଁଠି ଅଛି କଣ କାମ କରୁଛି କୌଣସି ଜନପ୍ରତିନିଧି ଅବଗତ ନଥିବା ଅଭିଯୋଗ କରିଛନ୍ତି। କେତେକ ପଞ୍ଚାୟତର ଗ୍ରାମ ଶେଷରେ ଥିବା ବଡ଼ ପୋଖରୀ ମଝିରେ ହୁଡ଼ା କରି ଦୁଇ ଭାଗ କରି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅନ୍ତର୍ଭୁକ୍ତ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିଭାଗ କର୍ମଚାରୀ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିବା ଶୁଣିବାକୁ ମିଳିଛି।ବିଭାଗୀୟ ଅଧିକାରୀ ଶିବରାମ ବେହେରା ଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ସେହିଭଳି କ୍ଷୁଦ୍ରଜଳ ସେଚନ ବିଭାଗ ଦାୟୀତ୍ବ ହିନତା ଯୋଗୁଁ ଚାଷମାନେ ପାଣି ପାଇଁ ହଟହଟା ହେଉଛନ୍ତି ।ବିଭାଗୀୟ ଅଧିକାରୀ ମାନଙ୍କ ଦେଖାମିଳୁନି । ପାଳାସପୁର ଘୋଡ଼ାହଡ ନଦୀ ଆନ୍ନିକଟ ରୁ ବାହାରିଥିବା କେନାଲ ଲଟା ବୁଦା ରହିଥିବା ବେଳେ ସଫା କରି ପାଣି ଛାଡ଼ିବା ପାଇଁ ଅଭିଯୋଗ କରିଛନ୍ତି।ଏହି ଅବସରରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ୨୬ ଟି ପଞ୍ଚାୟତର ଆର୍ଥିକ ବର୍ଷ ୨୦୨୩/୨୦୨୪ ଅକ୍ଟୋବର୧, ୨୦୨୨ଠାରୁ ମାର୍କ୩୧ -୨୦୨୩ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଯୋଜନା ର ଜନଶୁଣାଣୀ ହୋଇଥିଲା । ଏଥିସହ ପଞ୍ଚାୟତର ବିଭିନ୍ନ ବିଭାଗର ଦାୟିତ୍ବରେ ରହିଥିବା ଅଧିକାରୀ ମାନେ ଆର୍ଥିକ ବର୍ଷରେ କେତେ ପରିମାଣର ପ୍ରକଳ୍ପ ଅନୁମୋଦନ ହୋଇଛି ସେଥିରୁ କେତେ କାର୍ଯ୍ୟକାରୀ ହୋଇପାରିଛି ତାହା ଜନଶୁଣାଣୀରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ବ୍ଳକ ଅଧିନସ୍ଥ ୨୬ ଟି ପଞ୍ଚାୟତ ରେ ଅକ୍ଟୋବର୨୦୨୨ ଠାରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୯ ଲକ୍ଷ୍ୟ ୪୮ ହଜାର ୫୬୩ ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଥିବା ବେଳେ ସେଥିମଧ୍ୟରୁ ୧୭ଲକ୍ଷ୍ୟ୫୬ହଜାର୮୧୩ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି। ୩୦୭୫ ପ୍ରକଳ୍ପ ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ୧୨୭୦ସାମୁହିକ ୬୪୩ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟ ଶେଷ ହୋଇଥିବା ବେଳେ ୧୧୬୨ ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ଜଣାପଡ଼ିଛି। ପ୍ରକଳ୍ପ ଗୁଡିକରେ ୭୬କୋଟି ୪୦ ଲକ୍ଷ୍ୟ ଖର୍ଚ୍ଚ ଯୋଜନା ବ୍ୟୟ ଅଟକଳ ଲକ୍ଷ୍ୟ ରହିଥିବା ବେଳେ ୪୩ କୋଟି ୩୫ ଲକ୍ଷ୍ୟ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡ଼ିଛି। ୬୨୮୧ ଜଣ ହିତାଧିକାରୀଙ୍କୁ ୧୦୦ ଦିନର କାମ ଦିଆଯାଇଛି।ବ୍ଲକ ରେ ସର୍ବମୋଟ ଜଵ କାର୍ଡ ଧାରୀ ୨୬୧୨୨ରହିଥିବା ବେଳେ ସେଥିମଧ୍ୟରୁ ୨୫୧୨୨ ହିତାଧିକାରୀଙ୍କୁ ଶ୍ରମ ନିଯୁକ୍ତି ଦିଆଯାଇଛି। ମାହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକରି ସଫଳତା କୁ ନେଇ ଜନଶୁଣାଣୀ ଶିବିରରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ୪ ଟି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ବନ ବିଭାଗ ଫରେଷ୍ଟର ଅରୁଣ କୁମାର ଦାସ ସମସ୍ତ ଯନ୍ତ୍ରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ପଞ୍ଚାୟତ ସରପଞ୍ଚ , ସମିତି ସଭ୍ୟ/ ସଭ୍ୟା ଜନପ୍ରତିନିଧି ଗ୍ରାମ ରୋଜଗାର ମାନେ ଉପସ୍ଥିତ ରହିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ