୩୦ବର୍ଷ ହେଲା ମିଳୁଥିଲା ଭତ୍ତା ଦୌଡି ଦୌଡି ନୟାନ୍ତ ହେଲେଣି ବୃଦ୍ଧା

ହାଟଡିହିି, (ବିକାଶ ବିଶ୍ୱାଳ):୩୦ବର୍ଷ ହେଲା ମିଳୁଥିଲା, କିନ୍ତୁ ଏବେ ଆଉ ୬ମାସ ହେଲଶ ମିଳୁନି । ବାରମ୍ବାର ବ୍ଲକକୁ ଦୌଡି ଦୌଡି ନୟାନ୍ତ ହୋଇଗଲିଣି । କାହାକୁ କହିବି, ସରପଞ୍ଚଙ୍କ ଠାରୁ ବିଡିଓ ସମସ୍ତଙ୍କୁ ଗୁହାରୀ କରିସାରିଲିଣି । ଏହି ପଇସାରେ ଚଳୁଥିଲି । ଏବେ କେତେ କଣ ଅସୁବିଧା ଭୋଗୁଛି । ଏପରି କାନ୍ଦି କାନ୍ଦି କହିଛନ୍ତି ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ଜଣେ ଭତ୍ତା ହିତାଧିକାରୀ ବୃଦ୍ଧା । ଡଅଁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମର ଜାନକୀ ପାଗଳ ନାମକ ଏହି ବୃଦ୍ଧା ଜଣକ ୧୯୯୧ ମସିହାରୂ ଇନ୍ଦିରାଗାନ୍ଧି ଜାତୀୟ ପେନସନ ଯୋଜନାରେ ବିଦ୍ଧବା ଭତ୍ତା ପାଇ ଆସୁଥିବାବେଳେ ଗତ ମାର୍ଚ୍ଚ ମାସଠାରୁ ଆଉ ଭତ୍ତା ପାଉ ନାହାନ୍ତି । ପଞ୍ଚାୟତକୁ ଯାଇ ବୁଝିବଳ କ୍ଷକ୍ତଜ୍ଞଗ୍ଦଭ ଲଭକ୍ଷବ କ୍ତକ୍ରଳତୟଗ୍ଦରେ ବୁଝ, ବ୍ୟାଙ୍କକୁ ଯାଇ ବୁଝିବା ବେଳେକୁ ଟଙ୍କା ଆସିନି ବ୍ଲକରେ ବୁଝ ଏହିପରି ଭୁତାଇ ଚାଲିଛନ୍ତି । ତିନି ତିନିଥର ବ୍ଲକକୁ ଯାଇ ଭେଟି ଗୁହାରୀ କରିଥିଲେବି ସେମାନେ ତୁମ ବ୍ୟାଙ୍କ ଖାତାକୁ ପଳାଇବ ତୁମେ ପଳା୍ର ଆମେ ଠିକ କରିଦେଇଛୁ ବୋଲି ବୁଝାଇ ସୁଝାଇ ପଠାଇ ଦେଉଛନ୍ତି । ବହୁ କଷ୍ଟରେ ତିନି ତିନି ଥର ବ୍ଲକକୁ ଗଲିଣି, ଆଉ କେତେ ଦୌଡିବି । ଏହି ଭତ୍ତା ଟଙ୍କାରେ ଔଷଧପତ୍ର ସହିତ ନିଜର ଆବଶ୍ୟକତା ମେଣ୍ଟାଉଥିଲି । କିନ୍ତୁ ୬ମାସ ହେଲା ଭତ୍ତା ପାଉ ନଥିବାରୁ ନାନା ଦୁଖଃ କଷ୍ଟରେ ଚଳୁଛି ବୋଲି ବୃଦ୍ଧା ଜଣକ ଅଭିଯୋଗ କରିଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳ ଏନେଇ ତୁରନ୍ତ ପଦକ୍ଷେପ ନେଇ ତାଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ