୩ୟଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ସ୍ତରୀୟ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷାର ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ମେଧାବୃତ୍ତିରେ ସରସ୍ୱତୀ ଶିଶୁମନ୍ଦିର ମତାବାଜର ଆଦ୍ୟାଶା ଶଙ୍ଖୁଆ ୮୭ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ସୋସୋ ନୋଡାଲ ୟୁପି ସ୍କୁଲର ଦିପ୍ତୀମୟୀ ସିଂ ୮୫ମାର୍କ ରଖି ଦ୍ୱିତୀୟ, ମତାବାଜ ସରସ୍ୱତୀ ଶିଶୁମନ୍ଦିରର ସୁରଞ୍ଜନ ସା ୮୪ମାର୍କ ରଖି ତୃତୀୟ, ବଞ୍ଚୋ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଶୁଭଦର୍ଶନୀ ବରାଳ୮୨ମାର୍କ ରଖି ଚତୁର୍ଥ, ଚଣ୍ଡି ବିରଞ୍ଚିପୁର ସେଣ୍ଟ ଜାଭିୟର ହାଇସ୍କୁଲର କୌସ୍ତୁଭ ପଣ୍ଡା ୮୧ମାର୍କ ରଖି ପଞ୍ଚମ, ନିଉଦାନି ପ୍ରାଥମିକ ବିଦ୍ୟାଳୟର ପ୍ରୀତିରାଜ ରାଉତ ୮୧ମାର୍କ ରଖି ୬ଷ୍ଠ ଓ ଆର.ବି. ହାଇସ୍କୁଲ ଷଡଙ୍ଗର ମହେଶ୍ୱର ନାୟକ ୭୯ମାର୍କ ରଖି ୭ମସ୍ଥାନ ହାସଲ କରିଛନ୍ତି । ସେହିପରି ଗରିବ ମେଧାବୃତ୍ତିରେ ସୋସୋ ନୋଡାଲ ୟୁପି ସ୍କୁଲର ପୃଥିରାଜ ନାୟକ ୭୯ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ମରଚାଇପଦା ୟୁଜିୟୁପି ସ୍କୁଲର ପ୍ରତ୍ୟୁଷ ପାତ୍ର ୭୯ନମ୍ବର ରଖି ଦ୍ୱିତୀୟ, ବଞ୍ଚୋ ସରସ୍ୱତୀ ଶିଶୁ ମନ୍ଦିରର ଦେବୀସୂର୍ଯ୍ୟ ଦାସ ୭୯ନମ୍ବର ରଖି ତୃତୀୟ ସ୍ଥାନ, ସରସ୍ୱତୀ ଶିଶୁମନ୍ଦିର ହାଟଡିହିର ସ୍ୱଗତିକା ନାୟକ ୭୯ନମ୍ବର ରଖି ଚତୁର୍ଥ, ସୋସୋ କାନପୁର ସରସ୍ୱତୀ ଶିଶୁ ମନ୍ଦିରର ଆର.କେ.ଅଲିମାଶୁଂ ତ୍ରିପାଠୀ ୭୮ନମ୍ବର ରଖି ୫ମ, ଶିବନାରାୟଣପୁର ୟୁ.ଜି.ୟୁ.ପି ସ୍କୁଲର ସ୍ୱରାଜ ଖଣ୍ଡା ୭୮ନମ୍ବର ରଖି ୬ଷ୍ଠ ଓ ସରସ୍ୱତୀ ଶିଶୁମନ୍ଦିର ହାଟଡିହିର ଆରିୟାନ ସ୍ୱାଇଁ ୭୭ନମ୍ବର ରଖି ୭ମସ୍ଥାନ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି ।


