ଧାନମଣ୍ଡି ଖୋଲିଲା କିନ୍ତୁ ଟୋକେନ ମିଳୁନି

ହାଟଡ଼ିହି ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସମଣା ସେବାସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସମିତିର ସମ୍ପାଦକ ଅକ୍ଷୟ କୁମାର କବି ,ସଭାପତି ବିନୋଦ ବିହାରୀ ସା, ସହକାରୀ ଉପନିବନ୍ଧକ ବିରେନ୍ଦ୍ର ମହାନ୍ତି, ଆର.ସି.ଏମ.ର ଭାଗିରଥି ମହାରଣା, ନିର୍ଦ୍ଦେଶକ ରଘୁନାଥ ଯେନା , ଶଶିକାନ୍ତ ସ୍ୱାଇଁ, ତାରିଣୀ ପ୍ରସାଦ ଜେନା, ସୁଦାମ ଚରଣ ସାହା ପ୍ରମୁଖ ଯୋଗଦଇ ନଡିଆ ଭାଙ୍ଗି ମଣ୍ଡିକୁ ଉଦଘାଟନ କରିଥିଲେ । ସମଣା ସମିତି ଅଧିନରେ ଥିବା ସମଣା, ହାବଳେଶ୍ୱର ଶାଳଣିଆଁ, କଳିଗାଁ, ଷଡଙ୍ଗ ଆଦି ୫ଟି ପଞ୍ଚାୟତର ଚାଷୀମାନେ କିପରି ସୁବିଧାରେ ଓ ସରକାରୀ ଦରରେ ମଣ୍ଡିରେ ଧାନ ଦେଇ ପାରିବେ ସେନେଇ ଚାଷୀ ମାନଙ୍କ ସହ ଆଲୋଚନା କରାଯାଇଥିଲା । ଏଫକ୍ୟୁ ମାନର ଧାନ ଦେଇ ମଣ୍ଡିରୁ ଉପଯୁକ୍ତ ଦରରେ ପ୍ରାପ୍ୟ ନେବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ । କିନ୍ତୁ ଧାନ ବିକ୍ରୀ କରିବାପାଇଁ ଚାଷୀଙ୍କୁ ଟୋକନ ମିଳି ନଥିବାରୁ ଚାଷୀ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ସଭିତିରେ ୪ହଜାର ଚାଷୀ ଥିବାବେଳେ ୭୭୫ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି । ସେଥିମଧ୍ୟରୁ ୪୦୮ଜଣ ଚାଷୀଙ୍କନାମ ଭେରିଫାଏଡ ହୋଇଛି । ସେମାନଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୧୭ହଜାର କୁଇଣ୍ଟାଲ ଧାନ କିଣିବାଲାଗି ଟାର୍ଗେଟ ଦିଆଯାଇଛି । ଏଠାରେ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ଶନିବାରରେ ଧାନ କ୍ରୟ କରାଯିବ ବୋଲି ସମ୍ପାଦକ ଅକ୍ଷୟ କବି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ