ଗଣ୍ଡଗରା-ଗୋହିରାପଦୀ ରାସ୍ତା ନିିର୍ମାଣ ପାଇଁ ସର୍ଭେ ଆରମ୍ଭ
ବନ୍ତ, (ଚାନ୍ଦିନୀ ମହାନ୍ତି):ଏହା ମଧ୍ୟରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉଦ୍ୟମରେ ୮ଗୋଟି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ କରାଯାଇଛି । ଆଜି କେନ୍ଦୁଆପଦା ପଞ୍ଚାୟତରେ ବହୁ ପ୍ରତୀକ୍ଷାର ଅନ୍ତଘଟାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଣ୍ଡଗରା ଠାରୁ କଲେଜ ଛକ ଭାୟା ଗୋହିରାପଦୀ ରାସ୍ତା ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ବିଭାଗୀୟ ସହକାରୀ ଯନ୍ତ୍ରୀ ସୁପର୍ଣ୍ଣା ସୋରେନ, କନିଷ୍ଠ ଯନ୍ତ୍ରୀ ସୁରଥ କୁମାର ବେହେରା ରାସ୍ତାର ମାପ ଚୁପ କରିଛନ୍ତି । କେଉଁ ସ୍ଥାନରେ କଲ୍ଭର୍ଟ, କଂକ୍ରିଟ୍ ୱାଲ୍, ପକ୍କା ରାସ୍ତା ଓ ପିଚୁ ଆଦି କରାଯିବା ସେନେଇ ତଦାରଖ ହୋଇଛି । ସର୍ଭେ କାର୍ଯ୍ୟ ବେଳେ ଗଣ୍ଡଗରା, ମୁଗଗଢିଆ ଓ ଗୋହିରାପଦୀ ଗ୍ରାମର ଲୋକ ମାନେ ଉପସ୍ଥିତ ଥିଲେ । ଏନେଇ ଉପରୋକ୍ତ ଗ୍ରାମବାସୀ ମାନଙ୍କ ପକ୍ଷରୁ ବିଧାୟକ ପ୍ରପୁଲ୍ଲ ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆସନ୍ତା ସେପ୍ଟେମ୍ବର ମାସରେ ଟେଣ୍ଡର କାର୍ଯ୍ୟ ସାରି ଅକ୍ଟୋବର ମାସ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।


