ଆଗରପଡ଼ା ଶୋଭନୀୟ ଶିକ୍ଷାଶ୍ରମର ପ୍ରତିଷ୍ଠା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡ଼ା ଶୋଭନୀୟ ଶିକ୍ଷାଶ୍ରମର ୨୩ତମ ପ୍ରତିଷ୍ଠା ଦିବସ ଆଜି ବିଦ୍ୟାଳୟ ପରସରରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ଯୁଗ ପୁରୁଷ ପୂର୍ଜ୍ୟଶ୍ରୀ କୁମାର ଭାଇଙ୍କ ଆର୍ଦଶରେ ଏହି ବିଦ୍ୟାଳୟଟି ଆଜକୁ ୨୩ବର୍ଷ ପୂର୍ବେ ଏଠାରେ ପ୍ରତିଷ୍ଠା କରାଯାଇଥିଲା । ସେତେବେଳେ ଦୁର୍ଯ୍ୟେଧନ ଦାସଙ୍କ ଜମି ଦାନରେ ଏହି ଶିକ୍ଷାଶ୍ରମଟି ଗଢିଉଠି ଥିବାବେଳେ ଆଜି ସଂପୃକ୍ତ ଅଞ୍ଚଳରେ ଏକ ଆଦର୍ଶ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି,ସେମାନଙ୍କୁ ଆଜି ପରି ଦିନରେ ମନେ ପକାଇବାର ଅବକାଶ ମିଳିଛି ବୋଲି ଅତିଥିମାନେ କହିଥିଲେ । ପରିଚାଳନା କମିଟି ସଭାପତି ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ସଭାରେ ଆଗରପଡ଼ା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ,ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ,ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା,ରବିନ୍ଦ୍ର କୁମାର ଯେନା ପ୍ରମୁଖ ଯୋଗଦେଇ କୁମାର ଭାଇଙ୍କ ନୀତି ଆଦର୍ଶ ସମାଜ ଉପରେ କିପରି ଗଭୀର ପ୍ରଭାବ ପକାଇ ଛାତ୍ର ଛାତ୍ରୀଙ୍କ ଉତ୍ତମ ଚରିତ୍ର ଗଠନରେ ସହାୟକ ହୋଇଛି ସେନେଇ ବକ୍ତବ୍ୟରେ କହିଥିଲେ । ଶିକ୍ଷାଶ୍ରମର ପ୍ରଧାନ ଗୁରୁମା ସୁକାନ୍ତି ଲତା ସିଂହ ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ଶେଷରେ ସମାଜସେବୀ ମହେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା । ଗୁରୁମା ରଶ୍ମୀତା ବିଶ୍ୱାଳ,ମାମାଲି ନାୟକ,ରଶ୍ମୀପ୍ରଭା ଦାସ,ଶୈଳବାଳା ବେହେରା,ବବିତା ଦାସ,ମିତାଞ୍ଜଳି ଖଟୁଆ,ମନ୍ଦାକିନୀ ଦାସ,ସୁଶ୍ରି ସଂଗୀତା ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ