ବିଜେପି ପକ୍ଷରୁ ଦୁଇଦିନିଆ ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ ଶିବିର ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ରାଜ୍ୟ ବିଜେପି ପଞ୍ଚାୟତିରାଜ ପରିଷଦ ଆନୁକୂଲ୍ୟରେ ଦୁଇ ଦିନିଆ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ନେଇ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ନିମନ୍ତେ ରାଜ୍ୟ ବିଜେପି ପଞ୍ଚାୟତିରାଜ ପରିଷଦ ଆବାହକ ଶଙ୍କର ପରିଡାଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୨ ଓ ୧୩ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ବିଶେଶ୍ଵର ଟୁଡୁ, ଅଶ୍ବିନୀ ବୈଷ୍ଣବ, ଭୂପେନ୍ଦ୍ର ଯାଦବଙ୍କ ସମେତ ୬ଜଣ ମନ୍ତ୍ରୀ ଯୋଗଦାନ କରିବେ ବୋଲି ଆୟୋଜିତ ବୈଠକରେ ପଞ୍ଚାୟତିରାଜ ପରିଷଦର ଆବାହକ ଶଙ୍କର ପରିଡା ପ୍ରକାଶ କରିଛନ୍ତି। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଓଡିଶା ରାଜ୍ୟର ୩୦ଗୋଟି ଜିଲ୍ଲାର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ବିସ୍ତାରକ ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ସେମାନଙ୍କ କ୍ଷମତା ଓ ତାହାର ପରିସର ସମ୍ବନ୍ଧରେ ଅବଗତ କରାଇବା ସହ ସାମୁହିକ ଭାଗିଦାରୀ ସୂତ୍ରରେ ଲୋକାଭିମୁଖୀ ଶାସନ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ଆସନ୍ତା କାଲି ଅପରାହ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଜଂଗଲ ଓ ପରିବେଶ ମନ୍ତ୍ରୀ ଅଶ୍ବିନୀ ଚୌବେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ବାବଦରେ ଆସୁଥିବା ଅର୍ଥରାଶି ଗ୍ରାମ ସଭା ଓ ପଲ୍ଲୀ ସଭା ମାଧ୍ୟମରେ କରି ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ନିମନ୍ତେ ସରକାରୀ ନିୟମ ଥିବା ବେଳେ ତାହା ରାଜ୍ୟ ସରକାରଙ୍କ ଦ୍ଵାରା କରା ନଯିବା ଦୁର୍ନୀତିକୁ କିଭଳି ଭାବେ ପ୍ରଶୟ ଦେଉଛି ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ବୋଲି ପରିଷଦର ଆବାହକ ଶ୍ରୀ ପରିଡା ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଲୋକାଭିମୁଖୀ ସରକାର ବଦଳରେ କିଭଳି ଅମଲାତନ୍ତ୍ର ଦ୍ବାରା ପରିଚାଳିତ ସରକାର ଚାଲିଛି ତାହା ମତବ୍ୟକ୍ତ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ନିମାପଡ଼ା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଓ ବରିଷ୍ଠ ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ