ଅନ୍ତର୍ଜାତିକ ଯୁବ ଦିବସରେ ସବୁଜ ବିଶ୍ୱ ଗଠନରେ ଯୁବକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନଚକ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅନ୍ତର୍ଜାତୀୟ ଯୁବ ଦିବସରେ ସାମାଜିକ ଅନୁଷ୍ଠାନ ୟୁଥ୍ ଫର ଭଲ୍ୟୁଣ୍ଟର ୱାର୍କ ଏବଂ ସଂଗ୍ରାମୀ ଯୁବଛାତ୍ର ସଂଗଠନର ମିଳିତ ସହଯୋଗରେ ଆଜି ଭୁବନେଶ୍ୱରସ୍ଥିତ ଭେଟାରୀନାରୀ କାଉନସିଲ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ‘ସବୁଜ ପୃଥିବୀ ପାଇଁ ଯୁବକମାନଙ୍କର ଭୂମିକା’ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ବିଶିଷ୍ଟ ପରିବେଶବିତ ତଥା ପ୍ରାକ୍ତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଅଡ଼ଶପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ନାୟକ, କମଳା ନେହେରୁ ମହାବିଦ୍ୟାଳୟର ଗୃହ ବିଜ୍ଞାନର ଅଧ୍ୟାପିକା ଡ. ମଧୁସ୍ମିତା ଦାସ ପ୍ରମୁଖ ବକ୍ତା ରୂପେ ଯୋଗ ଦେଇଥିଲେ । ଆଲୋଚନାଚକ୍ରର ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ମୀର ଅହମ୍ମଦ ଅଲ୍ଲୀ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ, ଚଳିତବର୍ଷ ଆନ୍ତର୍ଜାତିକ ଯୁବ ଦିବସରେ ବିଷୟବସ୍ତୁ ରଖାଯାଇଛି ଯୁବଶକ୍ତିର ଭୂମିକା ସବୁଜ ପୃଥିବୀ ଗଠନରେ । ତେଣୁ ଆମେ ଯେଉଁ ପୃଥିବୀ ଭିତରେ ବାସ କରୁଛେ, ତାହାର ସୁରକ୍ଷା ପାଇଁ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ଏକତ୍ରିତ କରି ଯୁବକମାନେ ଏକ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ପୃଥିବୀ ସୃଷ୍ଟିକରି ପାରିଲେ ଆଗାମୀ ବଂଶଧରମାନେ ସୁରକ୍ଷିତ ରହିପାରିବେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ବିଧାୟକ ତଥା ପ୍ରେରଣା ଆନ୍ତର୍ଜାତିକ ସବୁଜ ବାହିନୀର ସେନାଦକ୍ଷ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ, ଚଳିତବର୍ଷର ଜୁଲାଇ ମାସ ସମଗ୍ର ବିଶ୍ୱର ସର୍ବଶ୍ରେଷ୍ଠ ଉତ୍ତାପ ବୃଦ୍ଧି ମାସ ଭାବରେ ରେକର୍ଡ଼ଭୁକ୍ତ ହୋଇଛି । ତେଣୁ ବିଶ୍ୱ ପରିବେଶ ବିଜ୍ଞାନୀମାନେ କହିଛନ୍ତି ଯେ, ଏଣିକି ଗ୍ଲୋବାଲ ୱାର୍ମିଂ ନୁହେଁ, ଗ୍ଲୋବାଲ ବଏଲିଂର ସମୟ ଆରମ୍ଭ ହୋଇଛି । ଯାହାଦ୍ୱାରା ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ବୃଦ୍ଧି ପାଇ ପୃଥିବୀ ପୃଷ୍ଠର ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ପାଇବାର ସମୟ ଆସିଛି । ଏପରି ସ୍ଥଳେ ଯୁବକମାନେ ଏହି ବିରାଟ ସମସ୍ୟାକୁ ସମାଧାନ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । କାରଣ ବିଶ୍ୱରେ ଯେତେକ ନୂତନ ଘଟଣା ଘଟିଛି, ତାହା ଯୁବକମାନଙ୍କ ଦ୍ୱାରା ହିଁ ସମ୍ଭବପର ହୋଇପାରିଛି । ଏଥିରେ ଅଡ଼ଶପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଅରୁଣ କୁମାର ନାୟକ ବକ୍ତବ୍ୟ ପ୍ରଦାନ କରି କହିଲେ, ସୋଲାର ଗ୍ୟାସ୍‌, ଇସ୍କୁଟି, କାର ଆଦି ଯେତେବେଳେ ଆବିଷ୍କାର ହୋଇସାରିଲାଣି, ଆଜିର ଯୁବକମାନେ ସେହି କ୍ଷେତ୍ରରେ କର୍ମନିଯୁକ୍ତି ପାଇବା ପାଇଁ ଜ୍ଞାନକୌଶଳ ଆହରଣ କଲେ ପୃଥିବୀର ଉତ୍ତାପ ବୃଦ୍ଧି ହ୍ରାସ ହେବା ସହ ଯୁବକମାନେ ରୋଜଗାରକ୍ଷମ ପାଇଁ ଦକ୍ଷତାର ଅଧିକାରୀ ହୋଇପାରିବେ । ଏଥିରେ କମଳା ନେହେରୁ ମହିଳା ମହାବିଦ୍ୟାଳୟର ଗୃହବିଜ୍ଞାନର ଅଧ୍ୟାପିକା ଡ. ମଧୁସ୍ମିତା ଦାସ ବକ୍ତବ୍ ୍ୟ ପ୍ରଦାନ କରି କହିଲେ, ଯୁବକମାନେ କେବଳ ନିଜ ପାଇଁ ଚିନ୍ତା ନ କରି ସମାଜ ପାଇଁ ଚିନ୍ତା କରିବା ନିତାନ୍ତ ଆବଶ୍ୟକ । ତେଣୁ ଆଜିର ଯୁବ ଦିବସ ସବୁଜ ପୃଥିବୀ ସୃଷ୍ଟି ପାଇଁ ଏକ ସଂକଳ୍ପ ଦିବସ ହେଉ । ଏହି ଆଲୋଚନାଚକ୍ରରେ ପ୍ରଜ୍ଞାସ୍ମିତା ଦାସ, ସଞ୍ôଚତା ମହାପାତ୍ର, ବିନୋଦ କୁମାର ରାଉତ, ସିଲୁ ସାହୁ, ସଂଗ୍ରାମ କିଶୋର, ମଲ୍ଲିକ ଅୱେସ, ମାନସ ପଟ୍ଟନାୟକ, ବିଶ୍ୱ ରଞ୍ଜନ ଦାସ, ଶୁଭକାନ୍ତ ଜତି, ମାନସ ରଞ୍ଜନ ସାହୁ, ସରୋଜ କୁମାର ପ୍ରଧାନ, ଅଂଶୁମାନ ଦାସ, ପ୍ରୀତିପ୍ରଜ୍ଞା ସ୍ୱାଇଁ, ଜାଗ୍ରତ ପଣ୍ଡା, ଇରଫାନ, ମନୋଜ କୁମାର, ମନୋଜ କୁମାର ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସଂକଳ୍ପ ନେଇଥିଲେ ଯେ, ଆଗାମୀ ଦିନରେ ସବୁଜ ଓଡ଼ିଶା, ସବୁଜ ଭାରତ ଓ ସବୁଜ ବିଶ୍ୱ ଗଠନ ପାଇଁ ଆମେ ସମ୍ପୂର୍ଣ୍ଣ ରୂପେ ନିଜକୁ ଉତ୍ସର୍ଗ କରିବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ