ଫିରିଙ୍ଗିଆ ବ୍ଲକରେ ଜିଲ୍ଲା କଂଗ୍ରେସର ୭ ଜଣିଆ ଟିମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା କଂଗ୍ରେସର ୭ ଜଣିଆ ଟିମ ଫିରିଙ୍ଗିଆରେ ପହଞ୍ଚି ଥାନା ପୋଡି ଓ ପୋଲିସର ଜନସାଧାରଣଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ମାଡ଼ ମାରିବା ଘଟଣାକୁ ନେଇ ଆଲୋଚନା କରିବା ସହ ଶାନ୍ତି ଫେରାଇ ଆଣିବାକୁ ଫିରିଙ୍ଗିଆ ଥାନାରେ ଆଲୋଚନା କରିଛନ୍ତି। ଜିଲ୍ଲା କଂଗ୍ରେସ ଯୁବ ସଭାପତି ଚନ୍ଦନ ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସର ଏହି ଟିମରେ ଟିକାବାଲି ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ପ୍ରଧାନ, ପ୍ରଫୁଲ କୁମାର ଦାଶ, କିସାନ ସେଲ ସଦସ୍ୟ, ସାରଧର କହଁର, ଶରତ କୁମାର ଦିଗାଳ, ଗୋକୁଳ କହଁର, ଅନନ୍ତ କହଁର ଫିରିଙ୍ଗିଆ ବ୍ଲକରେ କିଛି ଜନସାଧାରଣଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଫିରିଙ୍ଗିଆ ଥାନାର ସ୍ଥିତି ଅନୁଧ୍ୟାନ କରିବା ସହ କାମାଣ୍ଡାଣ୍ଟ ପି.କେ.ରାଉତ, ଫିରିଙ୍ଗିଆ ନୂତନ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଅନ୍ୟ ଅଧିକାରୀଙ୍କ ସହ ଥାନା ପୋଡି ଓ ଘଟଣା ପରେ ପୋଲିସ ନିରୀହ ଲୋକଙ୍କୁ ମାଡ଼ ମାରିବା ଓ ଜେଲକୁ ପଠାଇବା ଭଳି ସମସ୍ୟା ବିଷୟରେ ଆଲୋଚନା କରିବା ସହ ପ୍ରକୃତ ଦୋଷୀକୁ ଦଣ୍ଡ ପାଇବେ ଓ ନିରୀହ ଲୋକଙ୍କୁ ବାଦ ଦେବା ପାଇଁ ଆଲୋଚନା କରିବା ସହ କିଭଳି ଭାବରେ ଶାନ୍ତି ଫେରିବ ସେ ନେଇ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ