ରାଇରଙ୍ଗପୁରରେ ବିଜୁଜନତା ସାଂଗଠନିକ ବୈଠକ
ରାଇରଙ୍ଗପୁର,( ଯୁଗାବ୍ଦ ନ୍ୟୁଜ୍): ଓଡିଶାର ସର୍ବବୃହତ୍ତମ ଜିଲ୍ଲା ହେଉଛି ଆଦିବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ଘେରା ମୟୂରଭଞ୍ଜ । ଏହାର ଭୌଗୋଳିକ ସ୍ଥିତି ବଡ଼ ବିଚିତ୍ର । ମୟୂରଭଞ୍ଜ ଜିଲ୍ଲା ୪ ଟି ଉପଖଣ୍ଡ ବାରିପଦା,କପ୍ତିପଦା,ବାମନଘାଟୀ ଏବଂ ପଞ୍ଚପୀଢ,୨୬ ଟି ବ୍ଲକ,୨ଟି ମୁନସିପାଲଟି ବାରିପଦା ଏବଂ ରାଇରଙ୍ଗପୁର,୨ଟି ଏନଏସି ଉଦଳା ଏବଂ କରଂଜିଆକୁ ନେଇ ଗଠିତ । ଏହି ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀ ଅଛି । ଗତ ନିର୍ବାଚନରେ ୯ଟି ନିର୍ବାଚନ ମଣ୍ଡଳୀରୁ ୬ଟିରେ ବିଜେଡି ସାରିଥିବା ବେଳେ ୩ଟିରେ ବିଜୟୀ ହୋଇଛି ଏବଂ ଲୋକସଭା ସିଟ୍ ହରାଇଛି । ତନ୍ମଧ୍ୟରୁ କେନ୍ଦୁଝର ଲୋକସଭା ଅନ୍ତର୍ଗତ କରଂଜିଆ, ବାଲେଶ୍ଵର ଲୋକସଭା ଅନ୍ତର୍ଗତ ମୋରଡା ଏବଂ ବାଙ୍ଗିରିପୋଷିରୁ ବିଜେଡି ଜିତିଛି । ବିଜେଡିର ବରିଷ୍ଠ ନେତା ଦିନ ମହାନ୍ତିଙ୍କ ଦେହାନ୍ତ ପରେ ଦିର୍ଘ ବର୍ଷ ହେଲା ସାଂଗଠନିକ ଦୃଷ୍ଟିରୁ ନେତୃତ୍ବ ହୀନ ହୋଇ ପଡ଼ିଛି । ଆଗକୁ ପୌର ନିର୍ବାଚନ ମୁଣ୍ଡିଆ ଙ୍କ ମୁଣ୍ଡ ବିଗିଡି ଯାଇଛି । ସଂଗଠନକୁ କିଏ ଆଗେଇ ନେବ ଭାଳେଣି ପଡିଛି । ତେଣୁ ସଂଗଠନକୁ ସୁଦୃଢ କରିବା ପାଇଁ ମୟୂରଭଞ୍ଜ ବିଜେଡ଼ିକୁ ଦୁଇଟି ସାଂଗଠନିକ ଜିଲ୍ଲାରେ ପରିଣତ କରାଯାଇଛି । ବାରିପଦା, ବଡ଼ସାହି,ସୋରଡ଼ା,ଉଦଳା ଏବଂ ବାଙ୍ଗିରୀପୋଷୀ ନିର୍ବାଚନ ମଣ୍ଡଳୀକୁ ନେଇ ମୟୁରଭଞ୍ଜ- ୧ ସାଂଗଠନିକ ଜିଲ୍ଲା ଏବଂ ରାଇରଙ୍ଗପୁର,ସାରସକଣା, ଯଶିପୁର ଏବଂ କରଂଜିଆକୁ ନେଇ ମୟୁରଭଞ୍ଜ -୨ ସାଂଗଠନିକ ଜିଲ୍ଲା କରାଯାଇଛି । ଏହାକୁ ନେଇ ଗୁରୁବାର ଦିନ ବାରିପଦାରେ ମୟୂରଭଞ୍ଜ -୧ବିଜେଡି ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଦିନ ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପରେ ମୟୁରଭଞ୍ଜ -୨ ବିଜେଡି ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ବିଜେଡି ପ୍ରଭାରୀ ରାଜ୍ୟ ବିଜେଡି ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ଏହା ହୋଇଥିଲା ଯଦିଓ କୌଣସି କାରଣରୁ ସେ ପହଂଚି ପାରିନଥିଲେ । ଏହି ପ୍ରଥମ ସାଂଗଠନିକ ବୈଠକ ରେ ଆଳି ବିଧାୟକ ପ୍ରତାପ ଦେବ, ରାଜ୍ୟ ବିଜେଡି ସଂପାଦକ ସଂଜୟ ଦାସବର୍ମା, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି,ମୋରଡା ବିଧାୟକ ରାଜ କିଶୋର ଦାସ, କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି,ଏସଡିସି ପୂର୍ବତନ ଅଧ୍ୟକ୍ଷ ଡଃ ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାହିବା ସୁଶୀଲ ହାଁସଦା,ସାରସ କଣା ପୂର୍ବତନ ବିଧାୟକ ଭାଦବ ହାଁସଦା, କରଂଜିଆ ପୂର୍ବତନ ବିଧାୟକ ବିଜୟ ନାୟକ, ଯଶିପୁର ପୂର୍ବତନ ବିଧାୟକ ମଙ୍ଗଳ ସିଂ ମୋଦି,ଗୋ ଲକ ନାୟକ ରାଜ୍ୟ ବିଜେଡି ପୂର୍ବତନ ସଂପାଦକ ମନୁ ଚୌଧୁରୀ, ବାରିପଦା ମ୍ୟୁନିସିପାଲଟି ପୂର୍ବତନ ଉପାଧ୍ୟକ୍ଷ ଜୀତେନ୍ଦ୍ର ମହାନ୍ତି, ରାଜ୍ୟ ବିଜେଡି ନେତା ପ୍ରକାଶ ମହାନ୍ତି, ସୁବ୍ରତ ବାବୁ ଏବଂ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।ସଂଗଠନକୁ ସୁଦୃଢ କର, ମିଳିମିଶି କାମ କର, ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଲୋକଙ୍କୁ ଜଣାଅ ଏବଂ ଲୋକମାନଙ୍କ ସୁଖଦୁଃଖର ସାଥୀ ହୁଅ ଏହାହିଁ ଛାମୁଆଁ କରନ୍ତି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଥମ ଥର କରି ରାଇରଙ୍ଗପୁରରେ ସାଂଗଠନିକ ଜିଲ୍ଲା ହେବା ଏବଂ ବୈଠକରେ ଯୋଗ ଦେବା କର୍ମୀ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଥିଲା ।