ବନ୍ତ ମଣ୍ଡଳରେ ବିଜେପିର ତ୍ରିରଙ୍ଗା ଯାତ୍ରା

ବନ୍ତ, (ଚାନ୍ଦିନୀ ମହାନ୍ତି):ସ୍ୱାଧିନତା ଦିବସ ପାଳନ ଅବସରରେ ବନ୍ତ ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଖଗେଶ୍ୱର ବେହେରା ଓ ସାଧାରଣ ସଂପାଦକ ସନ୍ତୋଷ ନାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ନାରା ଦେଇ ଏକ ବାଇକ୍ ଶୋଭାଯାତ୍ରାରେ ଭାରତ ମାତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଛୟାଳସିଂହ ବଜାରରୁ ବାହାରିଥିଲେ । ଏହି ଶୋଭାଯାତ୍ରାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାନସଭା ବିଜେପି ନେତା ବଦ୍ରୀ ନାରାୟଣ ଧଳ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ନିଜେ ଶୋଭାଯାତ୍ରାରେ ଶେଷ ପର୍ଯ୍ୟନ୍ତ ରହି କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ଡାକବାଜି ଯନ୍ତ୍ର ଓ ତ୍ରିରଙ୍ଗା ପତାକା ସୁସଜ୍ଜିତ ଏକ ଯାନ ପଛେ ପଛେ ବାଇକ୍ ଆରୋହୀ ମାନେ ଭାରତ ମାତା କି ଜୟ ନାରା ଦେଇ ବନ୍ତ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏଥିରେ ସନାତନ ସାହୁ, ଗଦାଧର ରାଉତ, ଜିତେନ୍ଦ୍ର ନାଥ, ରାଜେନ୍ଦ୍ର ପଣ୍ଡା, ମନୋରଞ୍ଜନ ଘଡେଇ, ରଙ୍ଗାଧର ବିଶ୍ୱାଳ, ରାଜୀବ ଗିରି, ହୃଷିକେଶ ମଲ୍ଲିକ, ରାମ ଚନ୍ଦ୍ର ମହାନ୍ତି, ପ୍ରଦୀପ ବାରିକ, ବସନ୍ତ ବାରିକ, ପ୍ରସନ୍ନ ଗିରି ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ