ଆଜି ଶୁକ୍ରବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…
ମେଷ :-ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ କରାଇବ ।ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନାନ୍ତର ହେବାରୁ ମନ ଭାରାକ୍ରାନ୍ତ ହେବ ।
ପ୍ରତିକାର ହନୁମାନ ଚାଳିଶା ପାଠ କରନ୍ତୁ
ବୃଷ :-ଆଜି ଆପଣ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇବେ।ମାଲିମକଦ୍ଦମାର ନ୍ଯାୟ ଆପଣଙ୍କ ସପକ୍ଷରେ ମିଳିବ । ପ୍ରତିକାର ଧଳାରଙ୍ଗର ରୁମାଲ ବା ବସ୍ତ୍ର ବ୍ୟବହାର କରନ୍ତୁ
ମିଥୁନ :-ଆଜି ଅନ୍ୟର ସାହାଯ୍ୟ ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ।ଶିଳ୍ପ, ଶିକ୍ଷା ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ ବକେୟା ଅର୍ଥ ଲାଭ କରିବେ । ସାହିତ୍ୟ ଆଲୋଚନା କ୍ଷେତ୍ରରେ କିମ୍ବା ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ ।ପ୍ରତିକାର ତୁଳସୀ ମୂଳରେ ଜଳ ପ୍ରଦାନ କରନ୍ତୁ ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ।
କର୍କଟ :-ଆଜି ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ।ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ପାଇବ। ପାରିବାରିକ ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।ପ୍ରତିକାର ଓଁ ନମଃ ଶିବାୟ ମନ୍ତ୍ରରେ ପାଞ୍ଚଟି ତ୍ରିଶାଖା ବେଲପତ୍ର ଶିବଲିଙ୍ଗରେ ଚଢାନ୍ତୁ
ସିଂହ :-ଆଜି ଆପଣଙ୍କର କାର୍ଯ୍ୟଦକ୍ଷତା ଓ ଦୃଢ ମନୋବଳ ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରଦାନ କରିବ ।ଗବେଷଣା,ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟରେ ସଫଳତା ମିଳିବ। ପ୍ରତିକାର କୌଣସି ଅସହାୟ ବ୍ୟକ୍ତିକୁ କିଛି ଖାଇବାକୁ ଦିଅନ୍ତୁ
କନ୍ୟା :-ଆଜି ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର୍ଯ୍ୟହାସଲ କରିବେ ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀ ମାନେ ପରାଜୟ ହେବେ । ମହିଳାମାନେ ଘରେ ବାହାରେ ପ୍ରଶଂସନୀୟା ହେବେ ।ପ୍ରତିକାର ପିତା ମାତା ଗୁରୁଜନ ମାନଙ୍କୁ ପ୍ରଣାମ କରି କାର୍ଯ୍ୟକ୍ଷେତ୍ରକୁ ଯାଆନ୍ତୁ
ତୁଳା :-ଆଜି ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ ଅସମ୍ପୂର୍ଣ୍ଣ କାମକୁ ବୁଦ୍ଧି ବଳରେ ସମ୍ପୁର୍ଣ୍ଣ କରିବେ । ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢିପାରେ। ଶିଳ୍ପ,ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭବାନ୍ ହେବେ। ପ୍ରତିକାର କଞ୍ଚା କ୍ଷୀରରେ କଳାରାଶି ମିଶାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ।
ବିଛା :-ଆଜି ପାରିବାରିକ ଓ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖା ଦେବ । ଦୀର୍ଘ ଦିନରୁ କରିଥିବା ଋଣ ପରିଶୋଧ କରି ଋଣ ମୁକ୍ତ ହେବେ।ପ୍ରତିକାର ଗାଈକୁ ଗୁଡରୁଟି ଖାଇବାକୁ ଦିଅନ୍ତୁ
ଧନୁ :-ଆଜି ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ନେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି । କୋଟ କଚେରୀ ମାମଲାରେ ବିଜୟ ଲାଭ କରିବେ ॥ପ୍ରତିକାର ବୃହସ୍ପତି ମହାଗ୍ରହଙ୍କ ମନ୍ତ୍ରକୁ ଜପ କରନ୍ତୁ
ମକର :-ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ ଜମିଜମା, ବିବାଦର ସମାଧାନ ହୋଇଯିବ। ବ୍ୟବସାୟ ଓ ବାଣିଜ୍ୟ, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ। ନିର୍ମାଣାଧୀନ କାମକୁ ତ୍ବରାନ୍ବିତ କରି ସମ୍ପୂର୍ଣ୍ଣ କରିବେ।ପ୍ରତିକାର କୁଆ କିମ୍ବା ପାରାଙ୍କୁ କିଛି ଖାଇବାକୁ ଦିଅନ୍ତୁ
କୁମ୍ଭ :-ଆଜି ଆପଣାକୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିବ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଶୁଭ ପ୍ରଦ ହେବ ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ଼ ରହିବ । କୌଣସି ଆନୁଷ୍ଠାନିକ କାମ,ସଭାସମିତି, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ପ୍ରଶଂସିତ ହେବେ।ପ୍ରତିକାର ଶନି ମହାଗ୍ରହଙ୍କ ପାଖରେ ରାଶି ତେଲର ଦୀପ ଜାଳନ୍ତୁ
ମୀନ :-ଆଜି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ କରିବେ । ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇ ପାରେ। ପିଲା ମାନଙ୍କୁ କେନ୍ଦ୍ରକରି ହଠାତ୍ କାୈଣସି ଘଟଣା ମନକୁ ବିବ୍ରତ କରିପାରେ।ପ୍ରତିକାର ଗ୍ରାମ ଦେବତୀଙ୍କୁ ସାତୋଟି ଲାଲ୍ ରଙ୍ଗର ମନ୍ଦାର ଫୁଲ ଚଢାନ୍ତୁ।
ଜ୍ୟୋତିଷ ବାଣୀ ଯଦି ତୁମର ସବୁ କାର୍ଯ୍ୟରେ ବାଧାବିଘ୍ନ ଦେଖାଦେଉଛି ଯେତେ ଚେଷ୍ଟା କଲେ ସୁଫଳ ମିଳୁ ନାହିଁ -କରନ୍ତୁ ସରଳ ପ୍ରତିକାର ପ୍ରତିକାର କୌଣସି ମାସର ପ୍ରଥମ ସୋମବାର ଠାରୁ ୧ମାସ ପର୍ଯ୍ୟନ୍ତ ପ୍ରତି ଦିନ ସ୍ନାନପରେ କୌଣସି ଶିବ ମନ୍ଦିରରେ ଶିବ ଦର୍ଶନ କରିବା ସହିତ ପଇଡପାଣି ଶିବଲିଙ୍ଗରେ ଢାଳନ୍ତୁ ଯଥାବିଧି ପୂଜାକରି ସେହିଠାରେ ୧୦୮ଥର “ଓଁ ନମଃ ଶିବାୟ” ଜପକଲେ ନିଶ୍ଚୟ ସୁଫଳ ମିଳିବ ॥


