ପୂର୍ବତନ ଥାନା ଅଧିକାରୀ ଙ୍କୁ ଗିରଫ ଦାବୀ କଲା କନ୍ଧମାଳ ମିଳିତ ମଞ୍ଚ

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ କଲେଜ ଛକ ସ୍ଥିତ କାର୍ଯ୍ୟାଳୟ ଠାରେ ଫିରିଙ୍ଗିଆ ପୁଲିସର ଗଞ୍ଜେଇ ଚାଲାଣ ଘଟଣାକୁ ନେଇ ଥାନା ପୋଡ଼ି ଓ କିଛି ନିରୀହ ନିର୍ଦୋଷଙ୍କୁ ପୁଲିସ ପାଣି ପିଆଇ ନିର୍ଯାତନା ଘଟଣାକୁ ଆଦିବାସୀ ନେତା ତଥା ମିଳିତ ମଞ୍ଚର ଆବାହକ ଲମ୍ବୋଦର କହଁର, ମିଳିତ ମଞ୍ଚ ସଭାପତି ସମୀର ଘଟାଲ ଓ ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା ନିନ୍ଦା କରିବା ସହିତ ଆସନ୍ତା ୨୮ତାରିଖରେ ବିଭିନ୍ନ ଆଦିବାସୀ ସଂଘର ମିକିତରେ ବିରାଟ ପ୍ରତିବାଦ ସଭା ହେବାକୁ ଯାଉଛି ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି l ଗଂଜେଇ ଚାଲାଣ କଲେ ଯଦି ଆମ ଜନତା ତା ନାମରେ ଏନ ଡ଼ି ପି ଏସ ଆକଟ ଲାଗୁ କରି କୋର୍ଟ ଚାଲାଣ କରାଯାଉଛି l ତେବେ ଫିରିଙ୍ଗିଆ ପୂର୍ବତନ ଥାନା ଅଧିକାରୀ ତପନ ନାହାକଙ୍କୁ କାହିଁକି ତାଙ୍କ ନାମରେ ମାମଲା ରଜୁ କରାଯାଇ ନାହିଁବୋଲି ମଞ୍ଚ ପକ୍ଷରୁ କୁହାଯାଇଛି lଗଞ୍ଜେଇ କାରବାରରେ ଫିରିଙ୍ଗିଆ ଥାନାଅଧିକାରୀ ଓ ହୋମ ଗାର୍ଡଙ୍କ ସଂପୃକ୍ତି ଘଟଣାର ସଠିକ ତଦନ୍ତ ନ ହେବାରୁ ଜନସାଧାରଣ ବାଧ୍ୟ ହୋଇ ଥାନା ପର୍ଯ୍ୟନ୍ତ ଯାଇଥିଲେ। ଯଦ୍ଵାରା ଅଘଟଣ ଘଟି ଫିରିଙ୍ଗିଆ ଅଞ୍ଚଳରେ ଅଶାନ୍ତ ବାତାବରଣ ଖେଳିଯାଇଛି ବୋଲି ମଧ୍ୟ ମଞ୍ଚ ପକ୍ଷରୁ କୁହାଯାଇଛି l ପୁଲିସ ପ୍ରଶାସନ ନିଜ ଦୋଷ ଘୋଡ଼େଇ ବାକୁଯାଇ ଜନତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ପ୍ରକୃତ ଦୋଷୀ ବଦଳରେ ନିରୀହ ଲୋକଙ୍କୁ ମାଡ଼ ମାରି କୋର୍ଟ ଚାଲାଣ କରୁଛି ବୋଲି ମିଳିତ ମଞ୍ଚ ପକ୍ଷରୁ ସମ୍ବାଦିକ ସମ୍ମିଳନୀରେ କୁହାଯାଇଛି lଗଞ୍ଜେଇ ଚାଲାଣ କରୁଥିବା ଗାଡ଼ି ଚାଳକଙ୍କ ସମେତ ଏହି କ୍ଷେତ୍ରରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଘଣ୍ଟ ଘୋଡ଼ାଉଥ‌ିବା ଏସ୍‌ଡିପିଓ, ଡିଏସ୍‌ପି ଓ କନ୍ଧମାଳ ଏସ୍‌ପିଙ୍କ ନାମରେ ମାମଲା ରୁଜୁ କରିବାକୁ ମିଳିତ ମଞ୍ଚର ଆବାହକ ଲମ୍ବୋଦର କହଁର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭାସ୍କର ପ୍ରଧାନ, ପୁସରା କହଁର, ମନୋଜ ମଲ୍ଲିକ, ବିଷ୍ଣୁ ପ୍ରସାଦ ମିଶ୍ର, ନିରଞ୍ଜନ ସାହୁ, ବିପ୍ରବର ସ୍ଵାଇଁ, ତ୍ରିନାଥ ମାଝୀ, ମହେନ୍ଦ୍ର ଦିଗାଳ ଓ ବିନୋଦ ପ୍ରଧାନ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ