ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ଓଡ଼ିଶା ପ୍ରଦେଶର ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରସ୍ଥିତ ହୋଟେଳ କଳିଙ୍ଗ ଅଶୋକା ପରିସରରେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପଛୁଆବର୍ଗ କମିଶନର ଦିଲ୍ଲୀ ପ୍ରଦେଶର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ଯାଦବ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସର୍ବଭାରତୀୟସ୍ତରରେ ଅହୀର ରେଜିମେଣ୍ଟ ସ୍ଥାପନ ପାଇଁ ଦାବୀ କରାଯିବା ସହିତ ଓଡ଼ିଶାରେ ୨୭% ଓବିସି ସଂରକ୍ଷଣ ପାଇଁ ଦାବି କରିଛନ୍ତି । ତତ୍ସହିତ ଓଡ଼ିଶାରେ ନୂତନ ଭାବରେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଜ୍ୟ ନୂତନ କମିଟି ଘୋଷଣା କରାଯାଇଛି । ଓଡ଼ିଶାର ସଭାପତି ଭାବେ ଶ୍ରୀ ଉତ୍ତମ କୁମାର ଦାସ, କାର୍ଯ୍ୟକାରୀ ସଭାପତି ସବ୍ୟସାଚୀ ମହଲା, ପ୍ରେମସିନ୍ଧୁ ହେରନା, ମହିଳା ସଭାପତି ମାମିନା ଖିଲାର, ଯୁବ ସଭାପତି ସୌମ୍ୟରଞ୍ଜନ ଦାସ, ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ହିତେଶ ବଗର୍ତ୍ତି, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତିରଞ୍ଜନ କଂସଙ୍କୁ ନିଯୁକ୍ତି କରାଯାଇଛି । ଏଥିସହିତ ଓଡ଼ିଶାର ଯାଦବ ମାନଙ୍କ ପାଇଁ ଭୁବନେଶ୍ୱରରେ ଏକ ଜାଗା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କରାଯାଇଛି । ଏହି ସାମ୍ବଦିକ ସମ୍ମିଳନୀରେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ କଂସ, ଉପଦେଷ୍ଟା ମାନସ ଦାସ, ଜଗବନ୍ଧୁ ଖିଲାର, ସ୍ନେହଲତା ବାରିକ, ରବୀନ୍ଦ୍ର କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।