ସ୍ବର୍ଗତ ରାଜୀଵ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତର ଭୁତପୂର୍ବ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ପ୍ରାପ୍ତ ସ୍ବର୍ଗତ ରାଜୀଵ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଆଜି ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ପାଳନ କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଏସସି ସେଲ୍ ସଂଯୋଜକ ଭାଗିରଥି ବେହେରା ଙ୍କ ନେତୃତ୍ବରେ ଛତ୍ରପୁର ଉପର ବସଷ୍ଟାଣ୍ଡ ଠାରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ବରିଷ୍ଠ ନେତା କାଳିଆ ରାଉଳ, ଅଶୋକ ପଟ୍ଟନାୟକ , ନଗର କଂଗ୍ରେସ ସଭାପତି ଜଳାଲ ଖାଁ,ଯୁବ ନେତା ବଳିଆ ବେହେରା,ଛାତ୍ର ନେତା ମହେଶ କୁମାର ଗୌଡ଼, ଚକ୍ରପାଣି ପଲେଇ, ହୃଷିକେଶ ବେହେରା, ଭବାନୀ ବେହେରା, ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ