ହେଲିକେପ୍ଟରର ମୂଲ୍ୟ
ଆକାଶରେ ହେଲିକେପ୍ଟର ଉଡ଼ୁଥିବାର ଦେଖିଲେ ଖୁବ୍ ମଜା ଲାଗେ। କୁନି କୁନି ପିଲାମାନେ ହେଲିକେପ୍ଟର ଶବ୍ଦ ଶୁଣିଲେ ଦେଖିବା ଲାଗି ପଦାକୁ ଦୌଡ଼ି ଆସିଥାଆନ୍ତି। ଏଥିରେ ବସିବା ଲାଗି କିଛି ଲୋକଙ୍କର ଇଚ୍ଛା ଥାଏ। କିନ୍ତୁ ସମସ୍ତଙ୍କ ଭାଗ୍ୟରେ ସେହି ଆଶା ପୂରଣ ହୋଇପାରେନି। ହେଲିକେପ୍ଟର ଦେଖିବାକୁ ଯେମିତି ସୁନ୍ଦର, ତା’ର ମୂଲ୍ୟ ମଧ୍ୟ ଢେର୍ ଅଧିକ। ତେବେ ଆସନ୍ତୁ ହେଲିକେପ୍ଟରର ମୂଲ୍ୟ ସମ୍ପର୍କରେ ଜାଣିବା।
ରବିସନ୍ ଆର୍-୨୨ ହେଲିକେପ୍ଟରର ଦାମ୍ ହେଉଛି ୨୫୦,୦୦୦ ୟୁଏସ୍ ଡଲାର୍, ଯାହା ଭାରତୀୟ ଟଙ୍କାରେ ୧,୭୧,୨୩,୭୫୦ ଟଙ୍କା। ଏହା ଦୁନିଆର ସବୁଠାରୁ ଶସ୍ତା ହେଲିକେପ୍ଟର । ଆର୍-୨୨ର ମୂଲ୍ୟ ଶସ୍ତା ହୋଇଥିବାରୁ ଏହାକୁ ପ୍ରାୟତଃ ପ୍ରଶିକ୍ଷଣ ନିମନ୍ତେ ବ୍ୟବହାର କରାଯାଏ। ଏଥିରେ ମାତ୍ର ଦୁଇ ଜଣ ବସିପାରିବେ। ବେଲ୍ ବି ୨୦୬ ଜେଟରେଞ୍ଜର୍ ହେଲିକେପ୍ଟର ସୈନ୍ୟ ସେବା ଓ ନାଗରିକ ସେବା ପାଇଁ ପ୍ରୟୋଗ କରାଯାଏ। ଏହା ୫ଟି ସିଟ୍ ବିଶିଷ୍ଟ ହୋଇଥାଏ। ଏହାର ଦାମ୍ ହେଉଛି ୭୦୦,୦୦୦ ୟୁଏସ୍ ଡଲାର୍ ଅର୍ଥାତ୍ ଭାରତୀୟ ମୂଲ୍ୟରେ ୪,୭୯,୧୧,୫୦୦ ଟଙ୍କା। । ବେଲ୍ ବି ୨୦୬ ଜେଟରେଞ୍ଜରର ଅନେକ ମେଡଲ୍ ରହିଛି। ବିଶ୍ବର ବହୁ ନାମୀଦାମୀ ଶିଳ୍ପପତିଙ୍କ ପାଖରେ ଏହି ହେଲିକେପ୍ଟର ରହିଛି। ୧୯୩୯ରେ ସିକୋରସ୍କାଏ ପ୍ରଥମ ପ୍ରୋଟୋଟାଇପ୍ ହେଲିକେପ୍ଟର ଭିଏସ୍ ୩୦୦ ନିର୍ମାଣ କରିଥିଲେ। ଏହା ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ୍ ବିଟ୍-ସିକ୍ୟୁରିଟି ଡିଭିଜନ୍ ଭିତରେ ବନାଯାଇଥିଲା। କିନ୍ତୁ ପରେ ୧୯୦୭ ରେ ଫ୍ରାନ୍ସରେ କ୍ୱାର୍ଡକପଟରରେ ହେଲିକେପ୍ଟର ନିର୍ମାଣ ଆରମ୍ଭ ହୋଇଥିଲା। ଯଦି ହେଲିକେପ୍ଟରର ଇଞ୍ଜିନ୍ ବନ୍ଦ ହୋଇଯାଏ, ତେବେ ହେଲିକେପ୍ଟର ରୋଟର ମେଶିନ୍ ଧୀରେ ଧୀରେ ମାଟି ତଳକୁ ଖସିବାକୁ ପରମିଶନ୍ ଦେଇଥାଏ। ସାଧାରଣତଃ ଏହା ତଳକୁ ବିନା ଶବ୍ଦରେ ଓହ୍ଲାଇଥାଏ। ହେଲିକେପ୍ଟର ଖରାପ ପାଣିପାଗରେ ମଧ୍ୟ ଉଡ଼ିପାରିବ। ଏହାର ଲ୍ୟାଣ୍ତିଙ୍ଗ୍ ଧୀରେ ଧୀରେ ହୋଇପାରିବ। ୧୯୪୪ରେ ପ୍ରଥମ ଥର ଲାଗି ଏହା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା। ଅଦ୍ୟାବଧି ହେଲିକେପ୍ଟର ଦ୍ବାରା ୨ ମିଲିୟନରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ବଞ୍ଚାଯାଇପାରିଛି।