ଜିଲ୍ଲା ସଭାପତିଙ୍କ ବିରୁଦ୍ଧରେ ପ୍ରକାଶିତ ଖବର କୁ ନିନ୍ଦା
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ହେମକାପଦା ସ୍ଥିତ ରୂପାୟନ କାର୍ଯ୍ୟାଳୟ ପରିସରରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ,ବାଲେଶ୍ଵର ଶାଖା ପକ୍ଷରୁ ଜିଲ୍ଲା ସଭାପତି ଶ୍ରଦ୍ଧାଞ୍ଜଳି ରାୟ ଓରଫ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ରେ ତା,୨୧/୦୮/୨୩ ରିଖ ରେ ବାଲେଶ୍ଵର ରୁ ପ୍ରକାଶିତ ସାପ୍ତାହିକ ପତ୍ରିକା “ଜନପ୍ରିୟ” ରେ ପ୍ରକାଶିତ କର୍ମଜୀବୀ ସାମ୍ବାଦିକ ସଂଘ ବାଲେଶ୍ଵର ଶାଖାର ସଭାପତି ଶ୍ରଦ୍ଧାଞ୍ଜଳି ରାୟ ଓରଫ ପ୍ରଧାନଙ୍କ ବିରୁଦ୍ଧରେ ପ୍ରକାଶିତ ସମ୍ବାଦ କୁ ନିନ୍ଦା କରାଯିବା ସହ ପ୍ରକାଶକ ଓ ଖବର କାଗଜ ସମ୍ପାଦକ ଉଜ୍ବଳ ଚନ୍ଦ୍ର କର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସର୍ବସମ୍ମତି ନିଷ୍ପତ୍ତି ନେଇଛନ୍ତି।ଏହି ବୈଠକରେ ସଭାପତିଙ୍କ ସମେତ ଦେବବ୍ରତ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ସରୋଜ କୁମାର ପଣ୍ଡା,ଭଗବାନ ଚନ୍ଦ୍ର ଦାସ,ରବିରଞ୍ଜନ ଦାସ,ବିରଞ୍ଚି କୁମାର ପ୍ରଧାନ,କିଶୋର ଅଗ୍ରୱାଲ,ପଦ୍ମଲୋଚନ ମହାନ୍ତି, ଧୀରଜ୍ କୁମାର ଦାସ, ରୀତା ରାଣୀ ମିଶ୍ର,ଗୌତମୀ ଦାସ, ମିନତୀ ଦାସ ଓ ତାପସ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।