ସାପ କାମୁଡାରେ ବୃଦ୍ଧ ମୃତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲିଆପାଳ ନିଖିରା ଗ୍ରାମର ବୃଦ୍ଧ ହରିଶ୍ଚନ୍ଦ୍ର ଗିରି(୭୦) ଙ୍କୁ ଆଜି ଏକ ବିଷାକ୍ତ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି।ସୂଚନା ଥାଉକି, ବୃଦ୍ଧ ହରିଶ୍ଚନ୍ଦ୍ର ନିଜ ବିଲରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କ ଗୋଡ଼କୁ କମୁଡ଼ିବାରୁ ଟଙ୍କୁ ପ୍ରଥମେ ବାଲିଆପାଳ ଇଡକୋ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।ହେଲେ ଚିକିତ୍ସାଳୟରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ ।


