ଡେଙ୍ଗୁରୋଗୀଙ୍କ ସଂଖ୍ୟାବୃଦ୍ଧିରେ ସିଭିଲ୍ ସୋସାଇଟିର ଉଦ୍‌ବେଗ

ବାଲେଶ୍ୱର, (ସରୋଜ ପଣ୍ଡା):ଡେଙ୍ଗୁରେ ଆକ୍ରାନ୍ତ ହୋଇ ବାଲେଶ୍ୱରର ମୁଖ୍ୟ ଡାକ୍ତରଖାନାରେ ବହୁ ରୋଗୀ ଚିକିତ୍ସିତ ହେଉଥିବା ଓ ଏହି ସଂଖ୍ୟା ପ୍ରତିଦିନ ବଢ଼ୁଥିବାରୁ ବାଲେଶ୍ୱର ସିଭିଲ୍ ସୋସାଇଟି ଉଦ୍‌ବେଗ ପ୍ରକାଶ କରିଛି । ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁବାର ପୂର୍ବାହ୍ନରେ ଏକ ଜରୁରୀ ବୈଠକରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି । ବାଲେଶ୍ୱର ସହର ସମେତ ଜିଲ୍ଲାର ସହରାଞ୍ଚଳମାନଙ୍କରେ ଅତୀତରେ ମଶା ମାରିବା ପାଇଁ ଦିଆଯାଉଥିବା ଧୂଆଁ ଦିଆଯାଉନଥିବାରୁ ଓ ନାଳ, ନର୍ଦ୍ଦମାଗୁଡ଼ିକ ନିୟମିତ ସଫେଇ ହେଉନଥିବାରୁ ଓ ବ୍ୟାପକ ଭାବେ ଜନସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉନଥିବାରୁ ଏହି ସମସ୍ୟା ଉତ୍କଟ ହେଉଛି ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ତେଣୁ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟବିଭାଗ ଓ ପୌର କର୍ତ୍ତୃପକ୍ଷ ପରିସ୍ଥିତି ଜଟିଳ ହେବା ପୂର୍ବରୁ ଡେଙ୍ଗୁର ନିରାକରଣ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ସିଭିଲ୍ ସୋସାଇଟି ପକ୍ଷରୁ ନିବେଦନ କରାଯାଇଛି ।ଏହି ବୈଠକରେ ସୋସାଇଟିର ସଂପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ସୀତାରାମ ପ୍ରଧାନ, ସନ୍ତୋଷ କୁମାର ସାହୁ, ଡ. ଗୋବିନ୍ଦ ବିଶ୍ୱାଳ, ଜ୍ଞାନେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ