ଦୀଲିପ ରାଉତ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ମଧୁପୁର ଗ୍ରାମର ପୂର୍ବତନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱର୍ଗତ ଦୀଲିପ ରାଉତ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଥିଲେ । ଲୋକ ମାନଙ୍କ ସମସ୍ୟା ସହିତ ସେ ଜଡିତ ରହୁଥିଲେ । ଛାତ୍ର ଜୀବନରୁ ଜଣେ ସଙ୍ଗଠକ ଓ ଛାତ୍ର ନେତା ଭାବେ ପରିଚିତ ଥିଲେ । ୧୯୯୭ ମସିହାରେ ସେ ଚାକିରୀ ଜୀବନ ଆରମ୍ଭ କରି ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରି ଆସିଥିଲେ । ନିଳୋକ ପଞ୍ଚାୟତରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ଅକାଳ ବିୟୋଗ ଘଟିଥିଲା ବୋଲି ଶନିବାର ସ୍ୱର୍ଗତ ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଟିଲୋସ୍ଥିତ ବାସଭବନରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବକ୍ତା ମାନେ କହିଥିଲେ । ଶିକ୍ଷକ ସୁକାନ୍ତ କୁମାର ବେହେରା ମଂଚ ସଂଯୋଜନାରେ ଅନୁଷ୍ଠିତ ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ଆଇନଜୀବି ବେଣୁଧର ମଲ୍ଲିକ, ସାମ୍ବାଦିକ ପତଞ୍ଜଳୀ କରଶର୍ମା, ଓଲଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବୀଲତା ମହାନ୍ତି, ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି, ଟିଲୋ ସମିତି ସଭ୍ୟା ସୁଜାତା ସେଠୀ, ବିଦ୍ୟାଧର ଲେଙ୍କା, ରାଜୀବ ଲୋଚନ ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରବୀର ରାଉତ, ଆର୍ଶିବାଦ ରାଉତ, ସଂକଳ୍ପ ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ