ବ୍ରହ୍ମାକୁମାରୀ ସଂସ୍ଥାନ ଛତ୍ରପୁର ଶାଖା ତରଫରୁ ସପ୍ତାହ ବ୍ୟାପୀ ପବିତ୍ର ରକ୍ଷାବନ୍ଧନ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ଶାଖା ଶାନ୍ତି ଅନୁଭୂତି ଭବନ ତରଫରୁ ଆୟୋଜିତ ସପ୍ତାହ ବ୍ୟାପୀ ପବିତ୍ର ରକ୍ଷାବନ୍ଧନ ମହୋତ୍ସବ ମହାସମାରୋହରେ ସହିତ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ବ୍ରହ୍ମାକୁମାରୀସ୍ ଉପ-ସେବାକେନ୍ଦ୍ର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ଏବଂ ତାଙ୍କର ଟିମ୍ ବ୍ରହ୍ମାକୁମାରୀ ଭାଗ୍ୟ ଲତା, ମାମାଲି, ପିଙ୍କି, ଦୀପା, ବ୍ରହ୍ମାକୁମାର ରଜନୀ, ସୂର୍ଯ୍ୟ,ସୀମାଞ୍ଚଳ, ଗୋପାଳ, ମିଶି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ, ତହସିଲ ଅଫିସ, ଟ୍ରେଜେରୀ ଅଫିସ, ଆର୍ ଟି ଓ ଅଫିସ, ରେଜିଷ୍ଟ୍ରେସନ୍ ଅଫିସ, ପୋଷ୍ଟ ଅଫିସ, ଷ୍ଟେଟ ବ୍ୟାଙ୍କ,ଇଲେକ୍ଟ୍ରି ଅଫିସ, ପ୍ରେସ କ୍ଲବ, ଫାୟାର ଷ୍ଟେସନ, ରେଲୱେ, ବ୍ଲକ ଅଫିସ, କଲେକ୍ଟର ଅଫିସ, ସବ୍ କଲେକ୍ଟର ଅଫିସ, ଡେପୁଟି କଲେକ୍ଟର ଅଫିସ, ଭିଜିଲାନ୍ସ ଅଫିସ, ପୁଲିସ ଥାନା, ଏସ୍ ପି ଅଫିସ, କୋଷ୍ଟ ଗାର୍ଡ ଅଫିସ, ଡି ଡାବଳ ଅଫିସ,ବ୍ଲକ ଏଜୁକେସନ୍ ଅଫିସ, ପି ଏଚ୍ ଡି, ଅଫିସ, ମିଶନ୍ ଶକ୍ତି, ମେଡିକାଲ ଅଫିସର, ଜିଲ୍ଲା କଲଚରାଲ ଅଫିସ, ସାହାରା ଅଫିସ, ଛତ୍ରପୁର ଉପ କାରାଗାରର ସମସ୍ତ ଅନ୍ତେବାସୀ, ଈଶ୍ବରୀୟ ସନ୍ଦେଶ ଦେବା ସହ ସହଜ ରାଜଯୋଗ ଅଭ୍ୟାସ କରାଇ ପବିତ୍ର ରକ୍ଷାବନ୍ଧନ ଆଧ୍ୟାତ୍ମିକ ରହସ୍ୟକୁ ଆଲୋକପାତ କରିବା ସହ ପବିତ୍ର ରକ୍ଷାବନ୍ଧନର ସୂତ୍ର ବନ୍ଧା ଯାଇଥିଲା। ଗଞ୍ଜାମ ଏସପି ଶ୍ରୀ ଜଗମୋହନ ମୀନାଙ୍କୁ ମଧ୍ୟ ରାଜଯୋଗିନୀ ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ରାକ୍ଷୀ ବାନ୍ଧି ଭାଇ ଭଉଣୀର ସ୍ନେହ, ମମତାର ପ୍ରତିପାଦନ କରିଥିଲେ । ଗଞ୍ଜାମ ଏସପି ବହୁତ ଖୁସି ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଅଗଷ୍ଟ ୨୫ ତାରିଖ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ତାରିଖରେ ସମାପ୍ତ ହୋଇଥିଲା। ଏହି ରକ୍ଷାସୂତ୍ର ବାନ୍ଧିବା ଦ୍ଵାରା ଛତ୍ରପୁରର ସମସ୍ତଙ୍କୁ ଭାଇ ଓ ଭଉଣୀର ସମ୍ବନ୍ଧ ଭାବ ପ୍ରତିପାଦିତ କରିଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ଶାଖା ବ୍ରହ୍ମାକୁମାରୀ ସଂସ୍ଥାନର ସମସ୍ତ ଭାଇ ଭଉଣୀମାନେ ସକ୍ରୀୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ