ପରିବେଶ ପରିଷଦ ତରଫରୁ ଗଙ୍ଗା ଦେବୀ ପୀଠରେ ବୃକ୍ଷରୋପଣ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସହନ ର ମା ଗଙ୍ଗାଦେବୀ ପୀଠ ଓ ପୀଠ ସଂଲଗ୍ନ ସ୍ଥାନ ରେ ପୁରୀ ପରିବେଶ ପରିଷଦ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାପତି କିଟ୍ କଲେଜ ର +୨ ବିଭାଗର ନିର୍ଦ୍ଦେଶକ ଡ଼ଃ. ଚିତ୍ତରଞ୍ଜନ ମିଶ୍ର ଏବଂ ଉପଦେଷ୍ଟା ଓଡିଶା ସରକାରଙ୍କ ପୂର୍ବତନ ଅର୍ଥ ସଚିବ ତଥା ବର୍ତମାନ ସେଣ୍ଟ ଯ଼ୋନ ଆମ୍ବୁଲାନ୍ସ ର ସଭାପତି ନିଧି କୁମାର ରାଉତରାୟ ପରିଚାଳନା କରିଥିଲେ ।ପ୍ରାକୃତିକ ବିପଯ୍ୟୟ ତଥା ବନ୍ୟା, ବାତ୍ୟା କୁ ପ୍ରତିରୋଧ କରିବା ନିମନ୍ତେ ଦେବୀ ନଦୀର ଶାଖାନଦୀ କାଦୁଆ ନଦୀର ଉଭୟ ପାର୍ଶ୍ୱରେ ଲିମ୍ବ, କରଞ୍ଜ, ଜାମୁ, ତାଳ, ପୋଲାଙ୍ଗ ପ୍ରଭୁତି ୩୦୦ ରୁ ଉର୍ଦ୍ଧ ବୃକ୍ଷ ଚାରା ରୋପଣ କରାଯାଇଥିଲା ।ଏହି କାଯ୍ୟକ୍ରମ ରେ ବେଳାଭୂମି ଉଚ୍ଚ ବିଦ୍ୟାଳୟ ର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ଭଟ୍ଟ ଙ୍କୁ ସମ୍ନାନିତ କରାଯାଇଥିଲା ।ଏହି କାଯ୍ୟକ୍ରମ ରେ ବିଜୁପଟ୍ଟନାୟକ ପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରାପ୍ତ ପ୍ରକୃତିପ୍ରେମୀ ବିଚିତ୍ରା ନନ୍ଦ ବିଶ୍ୱାଳ, ପରିବେଶ ପ୍ରେମୀ ବାବୁ ବେହେରା, ଆଲୋକ ସେନାପତି, ବୁଦ୍ଧିଆ ବେହେରା, ରମେଶ ସେନାପତି ପ୍ରମୁଖ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ