ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟ ରେ ଗ୍ୟାସ ସିଲିଣ୍ଡର ରେ ଲାଗିଲା ନିଆଁ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ଏହି ଅଘଟଣରେ କୌଣସି ଛାତ୍ରଛାତ୍ରୀଙ୍କର କ୍ଷୟକ୍ଷତି ହୋଇ ନାହିଁ। ମେନୁ ଅନୁସାରେ ସୋୟାବଡ଼ି ତରକାରୀ ବିଦ୍ୟାଳୟ ର କାର୍ଯ୍ୟାଳୟ ଗୃହ ରେ ରୋ‌ଷେଇ ଚାଲିଥିବା ବେଳେ ଗ୍ୟାସ୍‌ ସିଲିଣ୍ଡରରେ ଅଚାନକ ନିଆଁ ଲାଗିଥିଲା। କିନ୍ତୁ ସୌଭାଗ୍ୟ ବଶତଃ ରୋଷେଇରେ ନିୟୋଜିତ ଥିବା ପାଚିକା ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍କୁଲକୁ ଖାଲି କରି ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ନିମାପଡ଼ା ରୁ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ନେତୃତ୍ୱ ରେ ଦମକଳ ବାହିନୀ , ଚାରିଛକ ଥାନା ଅଧିକାରୀ ମମତା ବିଶ୍ବାଳ ପ୍ରମୁଖ ପହଁଚି ନିଆଁକୁ ଆୟତ୍ତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରିଥିଲେ। ତେବେ ମଧ୍ୟାହ୍ନ ଭୋଜନ ରୋଷେଇ ଗୃହ ରେ ନ କରାଯାଇ କାହିଁକି ବିଦ୍ୟାଳୟ କାର୍ଯ୍ୟାଳୟରେ ହେଉଥିଲା ତାହା ଜଣା ପଡିନାହିଁ। ଏ ସଂପର୍କ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ମିଶ୍ର ଙ୍କୁ ପଚାରିବାରେ ଗ୍ୟାସ ସିଲିଣ୍ଡର ରଖିବାକୁ ସୁରକ୍ଷିତ ସ୍ଥାନ ନଥିବାରୁ କାର୍ଯ୍ୟାଳୟ ଭିତରେ ରଖାଯାଉଛି,ରୋଷେଇ ନୁହେଁ କେବଳ ମଟର ସିଝା ହେଉଥିଲା ବୋଲି କହିଥିଲେ।ବିଦ୍ୟାଳୟ କାର୍ଯ୍ୟାଳୟ ଗୃହ ରେ ଥିବା ବିଦ୍ୟାଳୟ ର ଜରୁରୀ କାଗଜ ପତ୍ର ସବୁ ପୋଡ଼ି ପାଉଁଶ ହୋଇଯାଇଛି। ସୌଭାଗ୍ୟ କୁ ଛାତ୍ର ଛାତ୍ରୀ ମାନଙ୍କର କୌଣସି କ୍ଷତି ଘଟି ନାହିଁ। ଏହି ଘଟଣା ର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରାଯିବାକୁ ଅଭିଭାବକ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ