ରାହାଜାନୀ ରୋକିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ଥାନା ଅଧୀନ ଗବଗାଁ ରୁ ଝାମ୍ପୁରା ହାଟ ପର୍ଯ୍ୟନ୍ତ ଚାନ୍ଦିପୁର ରାସ୍ତା ରେ ଅସାମାଜିକ ଯୁବକ ଚାନ୍ଦିପୁର ଯାଉଥିବା ପର୍ଯ୍ୟଟକ ତଥା ସ୍ଥାନୀୟ ବାସିନ୍ଦା ଙ୍କ ଠାରୁ ଲୁଟ, ଛିନ୍ତାଈ ଓ ମାରପିଟ୍ ଆଦି ଭଳି ଅପରାଧ ବଢ଼ିବାରେ ଲାଗିଛି।ଏହାକୁ ରୋକିବା ପାଇଁ ଝାମ୍ପୁରା ହାଟ ଠାରେ ୬ ଟି ପଞ୍ଚାୟତର ବାସୀ ଏକ ବୈଠକ ବସିଥିଲା।ବୈଠକରେ ଏଭଳି ଅସାମାଜିକ କାର୍ଯ୍ୟ,ଅପରାଧ ଙ୍କୁ ରୋକିବା ପାଇଁ ଆଲୋଚନା କରାଯାଇଥିଲା। ଏ ନେଇ ଆଜି ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।ସ୍ଥାନୀୟ ଶ୍ରିକୋଣା, ହିଡିଗାଁ,ପାତ୍ରପଡ଼ା,ଚାନ୍ଦିପୁର, ପରିକ୍ଷୀ,ଗୁଡୁ ପଞ୍ଚାୟତ ବାସୀଙ୍କ ତରଫରୁ ନିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ।


