ବନ୍ୟା ପ୍ରଭାବିତଙ୍କୁ ଭେଟିଲେ ସାଂସଦ ଏବଂ ବିଧାୟକ
ବାଲେଶ୍ବର(ସରୋଜ ପଣ୍ଡା): ଶନିବାର ଅପରାହ୍ନରେ ରେମୁଣା ନିର୍ବାଚନ ମଣ୍ଡଳୀର ହରିପୁର ପଞ୍ଚାୟତ ଅନ୍ତର୍ଗତ କସମିଳା ଗ୍ରାମରେ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଆବଶ୍ୟକୀୟ ସହାୟତା ସାମଗ୍ରୀ ବଣ୍ଟନ କରିଥିଲେ। ଏହି ଅବସରରେ ପ୍ରଭାବିତ ଅଞ୍ଚଳର ସ୍ଥିତିର ସମୀକ୍ଷା କରାଯିବା ସହ ସରକାରଙ୍କ ପକ୍ଷରୁ ଘୋଷିତ ସମସ୍ତ ସହାୟତା ପ୍ରତ୍ୟେକ ଯୋଗ୍ୟ ପରିବାରଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚୁଛି କି ନାହିଁ, ସେନେଇ ତଦାରଖ କରାଯାଇଥିଲା। ଏଥିସହ କୌଣସି ବନ୍ୟା ପ୍ରଭାବିତ ପରିବାର ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତୁ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।


