ଟ୍ରଲର ମାଡରେ ଡଲଫିନ୍ ର ମୃତ୍ୟୁ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ର ବଙ୍ଗୋପସାଗର କୂଳରୁ ଏକ ୫ ଫୁଟ ଲମ୍ବ ର ମୃତ ଡଲଫିନ୍ ଉଦ୍ଧାର ହୋଇଛି । ବଙ୍ଗୋପସାଗର ମଧ୍ୟରେ ପ୍ରତିଦିନ ବେଆଇନ ଭାବେ ଶହଶହ ଟ୍ରଲର ଚାଲୁଥିବା ବେଳେ ଟ୍ରଲର ଆଘାତରେ ପ୍ରାୟ ୫ପୁଟ ରୁ ଅଧିକ ଲମ୍ବର ଡଲଫିନ୍ ମୃତ୍ୟୁ ବରଣ କରି ଚନ୍ଦ୍ରଭାଗା କୂଳରେ ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ଦେଖି କୋଣାର୍କ ବନଖଣ୍ଡ ଅଧିକାରୀ ଙ୍କୁ ଜଣାଇଥିଲେ। କୋଣାର୍କ ବନଖଣ୍ଡ ଅଧିକାରୀ ପହଞ୍ଚି ମୃତ୍ୟୁ ଡଲଫିନ୍ କୁ ଉନ୍ଧାର କରି ତଦନ୍ତ ଚଳାଇଛନ୍ତି। ଡଲଫିନ୍ ର ଲମ୍ବ ୫ପୁଟ ଥିବା ବେଳେ ଓଜନ ପ୍ରାୟ ୧ କୁଇଣ୍ଟାଲ ହେବ ବୋଲି ଜଣାପଡିଛି। ଏହା କିପରି ମୃତ୍ୟୁ ବରଣ କରିଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ