ଜିଲ୍ଲାପାଳଙ୍କ ବାସଭବନ ଗେଟ ସମ୍ମୁଖରେ ବାଇକ୍ ଦୁର୍ଘଟଣା

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଦିନ ଦୁଇଟା ବେଳେ ବାଇକ୍ ରେ ଗୋ ମାଂସ ଚାଲାଣ ବେଳେ ସହରର ଷ୍ଟେସନ ଛକ ରୁ ପଢ଼ୁଁଆ ପଦା ରାସ୍ତାର ବାଲେଶ୍ଵର:ତା,୦୩/୦୯/୨୦୨୩()ଜିଲ୍ଲା ନାରୀ ସଂଘ ନିକଟ ଜିଲ୍ଲାପାଳଙ୍କ ବାସଭବନ ଗେଟ ସମ୍ମୁଖରେ ଦୁର୍ଘଟଣାରେ ଗୋ ମାଂସ ଗୁଡ଼ିକ ବିଛାରି ହୋଇ ପଡ଼ିଥିଲା।ତେବେ ଗୋ ମାଂସ ନେଇଯାଉଥିବା ବାଇକ୍ ଆଖି ପିଛୁଳାକେ ସେଠାରୁ ଫେରାର ହୋଇ ଯାଇଥିଲା।ଅନ୍ୟ ଜଣେ ବାଇକ୍ ଚାଳକ ଏହି ମାଂସ କୁ ଗୋଟାଉଥିବ ବେଳେ ଲୋକେ ତାକୁ କାବୁ କରିଥିଲେ। ସେଠାରେ ଭିଡ ଜମିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।ସହଦେବ ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକେ ଧରିଥିବା ଯୁବକକୁ ଥାନାକୁ ନେବା ସହ ମାଂସ କୁ ଜବତ କରି ନେଇଥିଲେ।ତେବେ ଏହି ସ୍ଥାନରେ ବିଭିନ୍ନ ସଙ୍ଗଠନ ର କାର୍ଯ୍ୟକର୍ତ୍ତା ତଥା ସ୍ଥାନୀୟ ଲୋକଙ୍କ ଭିଡ଼ କମିବାରୁ ଉତ୍ତେଜନା ଲାଗି ରହିଥିବାର ଜଣାପଡିଛି।ଘଟଣା ସ୍ଥଳରେ ସିଟି ଡିଏସପି ଗାୟତ୍ରୀ ପ୍ରଧାନ,ସହଦେବଖୁଣ୍ଟା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ସଦଳ ବଳେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ