ଆଦିବାସୀ କନ୍ୟାଙ୍କୁ ହାତ ବଢ଼ାଇଲେ ସେବା ସଂଗଠନ ସହାୟକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ପ୍ରମୁଖ ସେବା ସଂଗଠନ \”ସହାୟକ’ର ମାସିକ କାର୍ଯ୍ୟନିର୍ବାହୀ ବୈଠକ ତା୦୩-୦୯-୨୦୨୩ ରିଖ ପୂର୍ବାହ୍ନରେ ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ଦୁଇ ତାରିଖରେ ହେବାକୁ ଥିବା ସଂଘର ସ୍ୱନକ୍ଷତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକରେ ବିଶେଷ ଭାବେ ଆଲୋଚନା ହୋଇଥିଲା ।ଏହି ଅବସର ରେ \”ସହାୟକ’ ଦ୍ୱାରା ଛଣପୁରର ମାତୃହରା ଗରୀବ ଆଦିବାସୀ କନ୍ୟା ରିନା ସିଂଙ୍କୁ ଏକ ସିଲେଇ ମେସିନ ପ୍ରଦାନ କରା ଯାଇଥିଲା । ସଂଘର ଏତାଦୃଶ ଆତ୍ମମର୍ଯ୍ୟାଦା ସହ ଆତ୍ମନିର୍ଭର ହେବାପାଇଁ ଉଦ୍ଦିଷ୍ଟ କାର୍ଯକ୍ରମକୁ ସର୍ବସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ