ଷଷ୍ଠ ଓଡ଼ିଶା ରାଜ୍ୟସ୍ତରୀୟ ସଂଯୁକ୍ତ ଅଧିବେଶନ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ଏବଂ ଏହାର ସହଯୋଗୀ ସଂଗଠନର ଷଷ୍ଠ ସଂଯୁକ୍ତ ଓଡ଼ିଆ ରାଜ୍ୟ ଅଧିବେଶନ ବାଲେଶ୍ଵର ଜିଲ୍ଲାର ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ସଂଗଠନର ରାଷ୍ଟ୍ରୀୟ ପ୍ରଭାରୀ ସିଦ୍ଧାନ୍ତ ମୌର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଉଦଘାଟକ ଭାବେ ଶିକ୍ଷାବିତ୍ ମା ଜଗଦୀଶ ହାଇବୁର,ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ମା ଧୀରେନ୍ଦ୍ର ଜେନା, ମାର୍ଗ ଦର୍ଶକ ତଥା ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ରାଷ୍ଟ୍ରୀୟ ପ୍ରବକ୍ତା ଇଂ ସୌମ୍ୟ ରଞ୍ଜନ ଆଢ଼୍ୟ ପ୍ରମୁଖ ଯୋଗ ଦେଇ ଥିଲେ।ଶୋଭା ଆରମ୍ଭରେ ମୋର୍ଚ୍ଚାର ବିରାଟ ଶୋଭାଯାତ୍ରା ଗାନ୍ଧୀ ସ୍ମୃତି ଭବନ ଠାରୁ ବାହାରି ସହର ପରିକ୍ରମା କରିଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସାଧୁ ଚରଣ ମଲ୍ଲିକ,ସଂଗ୍ରାମ କୁମାର ମାଝୀ,ସୁଦର୍ଶନ ଜେନା ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।


