‘କସ୍ତୁରୀ’ର ଶିଶୁ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ, ସାଂସ୍କୃତିକ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନ ‘କସ୍ତୁରୀ’ ପକ୍ଷରୁ କସ୍ତୁରବା ନାରୀମହଲଠାରେ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିର ସୁରକ୍ଷା ବିଷୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ଓ ପ୍ରବନ୍ଧରେ ଭାଗ ନେଇ ନିଜ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ଏହି ଅବସରରେ ଓଡ଼ିଶୀ ନୃତ୍ୟ, ଗୋଟିପୁଆ ନୃତ୍ୟ, ଗ୍ରୁପ୍ ଡ୍ୟାନ୍ସ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ସମାଜସେବୀ ଲକ୍ଷ୍ମଣ କୁମାର ମିଶ୍ର । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଇନଫୋସିସ୍ ଶାଖାର ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ମିଶ୍ର । ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ସମାଜସେବୀ ବରିଷ୍ଠ ଡାକ୍ତର ଶ୍ରୀଯୁକ୍ତ ବିଶ୍ୱନାଥ ପଟ୍ଟନାୟକ । ଶତାଧିକ ଛାତ୍ରଛାତ୍ରୀ ଏହି ଶିଶୁ ଉତ୍ସବରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ପାରଦର୍ଶିତା ପ୍ରତିପାଦନ କରିଥିଲେ । କସ୍ତୁରୀ ପକ୍ଷରୁ ଆୟୋଜିତ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଆସନ୍ତା ଡିସେମ୍ବର ମାସ ୮ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଜୟଦେବ ଭବନରେ କସ୍ତୁରୀର ୨୫ତମ ବାର୍ଷିକ ଉତ୍ସବରେ ଟ୍ରଫି, ସାର୍ଟିଫିକେଟ ଓ ମାନପତ୍ର ସହ ସମ୍ମାନିତ କରାଯିବ ବୋଲି ସମ୍ପାଦନ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ. ଅଙ୍କିତା ନାୟକ, ଅର୍ପିତା, ଜ୍ୟୋତି, ଅମିତ୍ ଓ ପ୍ରଶନ୍ତ କୁମାର । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀମତୀ ଚନ୍ଦ୍ରିକା ଦାସ । ବିଚାରକ ଭାବରେ ଯୋଗ ଦେଇଥିଲେ ସାଇନା ଧଳ, ଅଭିଶେକ ସାମଲ, ଗୌତମ ଭଟ୍ଟାଚାର୍ଯ୍ୟ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କସ୍ତୁରୀର ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକ । ଯେଉଁ ଛାତ୍ରଛାତ୍ରୀମାନେ ଆପତ୍ତି ବା ଅଭିଯୋଗ ଥାଏ, ସେମାନେ ମୋବାଇଲ ନମ୍ବର ୯୩୩୭୧୨୬୦୭୩ କିମ୍ବା ୯୪୩୭୨୦୭୧୧୪ରେ ଯୋଗାଯୋଗ କରିବାକୁ କସ୍ତୁରୀ ସମ୍ପାଦକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ